ଘଷିପୁରା : ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ଅଭିଯୋଗ

କେନ୍ଦୁଝର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ରବିବାର ଆକ୍ରମଣ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀ ଭଣ୍ଡାରୀପଡ଼ା ଛକରେ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଫଳରେ ପ୍ରାୟ ୧୫ ଜଣ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି।

ଆକ୍ରମଣରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ସଂପୃକ୍ତି ଥିବା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ। ମନ୍ତ୍ରୀଙ୍କ ପୁଅ ଦେବାଶିଷ ପାତ୍ର ଉପସ୍ଥିତିରେ ଏହି ଆକ୍ରମଣ ହୋଇଛି ବୋଲି ରତିକାନ୍ତ ଅଭିଯୋଗ ଆଣିଛନ୍ତି। ଆକ୍ରମଣ ନେଇ ବଦ୍ରି ପାତ୍ରଙ୍କ ପୁଅଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। କେନ୍ଦୁଝର ଏସ୍‌ପି କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି। ଦୋଷୀଙ୍କ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର