ଭଦ୍ରକ: ନିର୍ମାଣ ଶ୍ରମିକଙ୍କ ଲେବର କାର୍ଡ କରିବା ପାଇଁ ଜ଼ିଲ୍ଲା ଶ୍ରମ ଅଧିକାରୀଣି ଲାଞ୍ଚ ମାଗୁଥିବା ଅଭିଯୋଗ। ଏ ସଂପର୍କୀତ ଏକ ଅଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଲେବର ୟୁନିଅନର ସଦସ୍ୟ। ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି। ଏଥି ନିମନ୍ତେ ଶ୍ରମିକ ମାନେ ପ୍ରଥମେ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମକୁ ପଞ୍ଜିକୃତ କରି ଲେବର କାର୍ଡ କରିଥାନ୍ତି। ନୂଆ କାର୍ଡ ଏବଂ ନବୀକରଣ କରିବା ପାଇଁ ସରକାରୀ ମୂଲ୍ୟ ଠାରୁ ଅଧିକ ଚଢା ମୂଲ୍ୟରେ ଶ୍ରମିକ ମାନଙ୍କ ଠାରୁ ଶ୍ରମ କାର୍ଯ୍ୟାଳୟରେ ଟଙ୍କା ନିଆଯାଉଥିବା ଅଭିଯୋଗ ଆଣିଛନ୍ତି କିଛି ଶ୍ରମିକ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଡିଓ ଭାଇରଲ ହେବା ପରେ ଏହାର ତଦନ୍ତ କରାଯିବା ପାଇଁ ଜ଼ିଲ୍ଲାପାଳଙ୍କୁ ଟୁଇଟ କରିବା ସହ ଭଦ୍ରକ ସଚେତନ ମଞ୍ଚ ପକ୍ଷରୁ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏ ଭାଇରଲ ଅଡିଓ କ୍ଲିପର ସତ୍ୟତା ଉପରେ ଜ଼ିଲ୍ଲା ଶ୍ରମ ଅଧିକାରୀଣିଙ୍କୁ ପଚାରିବାରୁ ଏ କଣ୍ଠ ସ୍ୱର ମୋର ନୁହେଁ ମୋତେ ବଦନାମ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି ବୋଲି କହି କଥାକୁ ଖଣ୍ଡନ କରିଛନ୍ତି।
ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନିରୀହ ଶ୍ରମିକ ମାନେ ନାମ ପଞ୍ଜିକୃତ କରିବା ପାଇଁ ଅଧିକାରୀଙ୍କ ଦ୍ୱାରା ଅନେକ ସମୟରେ ଶୋଷିତ ହେଉଥିବା ଏବଂ ଏହି ଅଡିଓ ଭାଇରଲରୁ ଜଣା ପଡୁଛି। ବଡ ବଡ ଅଧିକାରୀ ମାନେ ଦୁର୍ନୀତିରେ ବୁଡିରହିଛନ୍ତି। ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ଏହାକୁ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ଉଠିଛି।