ସ୍କୁଲ ଯିବା ବାଟରେ ଜଗି ରହିଥିଲା ଯମ; ଅଟୋରୁ ଖସିପଡ଼ି ୫ବର୍ଷ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ବୁଧବାର ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଜଣେ ଛାତ୍ର ଅଟୋରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ଅଜୟ ପ୍ରଧାନ(୫ବର୍ଷ) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସବୁଦିନ ପରି ଆଜି ବି ସକାଳୁସକାଳୁ ଅଜୟଙ୍କ ମା’ ପୁଅକୁ ସ୍କୁଲ ପଠାଇବା ପାଇଁ ବ୍ୟାଗରେ ବହିଖାତ, ଜଳଖିଆ ଟିପିନ୍‌ ଓ ପାଣିବୋତଲ ଭରି ଅଟୋରେ ବସାଇଥିଲେ। କିଏ ଜାଣିଥିଲା ସବୁଦିନ ସେ ଯେଉଁ ସ୍କୁଲ ଅଟୋରେ ପୁଅ ପଠାଉଥିଲେ ଆଜି ସେ ଅଟୋରେ ତା’ପାଇଁ ଯମ ଜଗି ବସି ରହିଥିଲା ବୋଲି।

ଅଜୟ ସ୍କୁଲ ଅଟୋରେ ବସି ଦିଗପହଣ୍ଡିସ୍ଥିତ ଏକ ଘରୋଇ ସ୍କୁଲକୁ ଯାଉଥିବା ବେଳେ ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋ ଚାଳକ ହଠାତ ବ୍ରେକ୍‌ ମାରି ଦେଇଥିଲେ। ଫଳରେ ଭାରସାମ୍ୟ ହରାଇ ଅଜୟ ଅଟୋରୁ ଛିଟିକି ରାସ୍ତାରେ ପଡ଼ି ଯାଇଥିଲେ।

Image result for auto accident digapahandi one student death

ରାସ୍ତା ପଡ଼ିଯିବାରୁ ଅଜୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏପଟେ ଅଜୟଙ୍କୁ ସ୍କୁଲ ପଠାଇ ଘର କାମରେ ବ୍ୟସ୍ତ ରହି ଯାଇଥିବା ମା’ ଯେତେବେଳେ ପୁଅଙ୍କ ମୃତ୍ୟୁ ଖବର ଶୁଣିଥିଲେ ସେ ପାଗଳପ୍ରାୟ ହୋଇପଡ଼ିଛନ୍ତି। ଅଜୟ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ହସ୍‌ପିଟାଲ୍‌ ପରିସରରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଦିଗପହଣ୍ଡି-ଚିକିଟି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର