ଅସଦାଚରଣ ପାଇଁ ବିଚ୍‌ ରାସ୍ତାରେ ମହିଳାଙ୍କ ହାତରୁ ଜୋତା ମାଡ଼ ଖାଇଲେ ଅଟୋ ଚାଳକ, ଦେଖନ୍ତୁ ଭିଡିଓ

ଭଦ୍ରକ : ଭଦ୍ରକରେ ଜଣେ ମହିଳା ଅଟୋ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ଚାଳକଜଣଙ୍କ ମହିଳାଙ୍କ ସହ ଅସଦାଚରଣ କରିଥିବାରୁ ବିଚ୍‌ ରାସ୍ତାରେ ଜୋତାରେ ପିଟିଛନ୍ତି ମହିଳା । ଘଟଣାଟି ଶୁକ୍ରବାର ଭଦ୍ରକ ଜିଲ୍ଲାର ବନ୍ତ ଛକରେ ଘଟିଥିବା ନେଇ ସୂଚନା ମିଳିଛି ।

ସୂଚନା ମୁତାବକ, ପୀଡ଼ିତା ଶୁକ୍ରବାର ଚରମ୍ପାରୁ ବନ୍ତକୁ ଆସିବା ପାଇଁ ଅଟୋ ଅଟକାଇଥିଲେ । ପଛ ସିଟ୍‌ରେ ବସିବା ପାଇଁ ଜାଗା ନଥିବାରୁ ଚାଳକଜଣଙ୍କ ପୀଡ଼ିତାଙ୍କୁ ଆଗ ସିଟ୍‌ରେ ବସିବାକୁ କହିଥିଲେ । ପୀଡ଼ିତା ବସିବା ପରେ ଚାଳକଜଣଙ୍କ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ସହ ର୍ଦୁବ୍ୟବହାର କରିଥିଲେ । ତେବେ ଚାଳକଙ୍କ ଏଭଳି ବ୍ୟବହାରରେ ଚୁପ୍‌ ନ ରହି ଗାଡ଼ିରୁ ଓହ୍ଲାଇବା ସହ ପିନ୍ଧିଥିବା ଜୋତାରେ ପିଟିଥିଲେ ପୀଡ଼ିତା । ଘଟଣାକୁ ନେଇ ଏ ପର୍ଯ୍ୟନ୍ତ କେହି ପୁଲିସରେ ଅଭିଯୋଗ କରି ନଥିବା ବେଳେ ପୀଡ଼ିତାଙ୍କ ଏଭଳି କାମକୁ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର