ଗଡିଲା ପାଣି ପଞ୍ଚାୟତ ସଚେତନତା ରଥ

କେନ୍ଦୁଝର : କୃଷକଙ୍କୁ କୃଷି ସଂପର୍କରେ ସଚେତନ କରିବା ପାଇଁ ସଚେତନତା ରଥ  କେନ୍ଦୁଝର ଜିଲ୍ଲାରେ ଗଡିଛି । ଏହି ସଚେତନତା ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଡଃ. ଭକ୍ତ ଚରଣ ପ୍ରଧାନ ଏବଂ କେନ୍ଦୁଝର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ  ନିର୍ବାହୀ ଯନ୍ତ୍ରୀ ସୁଧାକର ବେହେରା ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି କୃଷକଙ୍କୁ ସଚେତନତାର ବାର୍ତ୍ତା ଦେବ । ସରକାର କୃଷକଙ୍କ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ତାହାର
ଫାଇଦା କିପରି ସେମାନେ ପାଇପାରିବେ ସେ ସଂପର୍କରେ ବୁଝାଇବ । ତେବେ ଆଜିର ଏହି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚମ୍ପୁଆ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଏସଡିଓ ଶଙ୍କର ପ୍ରସାଦ କାଲମୁଡି, କନିଷ୍ଠ ଯନ୍ତ୍ରୀ ଚିତ୍ତରଂଜନ ଜେନା, ଯୁଧିଷ୍ଟିର ସାହା, ଶୁଶାନ୍ତ ନାୟକ, ଅଜିତ ନାୟକ, ନିରଞ୍ଜନ ଲୁହା, ଶୁଶୀଲ କୁମାର ସେଠୀ, ଏଲଆଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର