ମାତୃ ଓ ଶିଶୁ ଡାକ୍ତରଖାନା:ଅବସ୍ଥା ଓ ସମସ୍ୟା ପାଇଁ କିଏ ମୁଣ୍ଡାଇବ ଦୋଷ?

ବଲାଙ୍ଗୀର: ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା। କେଉଁଠି ଫେନ୍‌ ଘୂରୁନି ତ ଛାତରୁ ଅତଡ଼ା ଖସିଲାଣି। ଡାକ୍ତରଖାନା ନାଁରେ ଏଭଳି ଅନେକ ଅପବାଦ ରହି ଆସିଛି। ସେ ଗର୍ଭବତୀଙ୍କ ପ୍ରସବ ପାଇଁ ଲାଞ୍ଚ ନେବା ହେଉ କି ଚିକିତ୍ସାରେ ଅବହେଳା, ଏମିତି ଭିନ୍ନ ଭିନ୍ନ କାରଣ ପାଇଁ ସମାଲୋଚନାର ଶିକାର ହେବା ସହ ଗଣମାଧ୍ୟମର ଚର୍ଚ୍ଚିତ ଖବର ବି ପାଲଟିଛି। ତେବେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ନୂଆକରି ଆରମ୍ଭ ହୋଇଥିବା ମାତୃ ଓ ଶିଶୁ ଡାକ୍ତରଖାନା (ଏମ୍‌ସିଏଚ୍‌)ର ଅବସ୍ଥା ନେଇ ଏଥର ଆମେ କାହାକୁ ଦୋଷ ଦେବା? ସିଡିଏମ୍‌ଓ, ଡାକ୍ତର, ନର୍ସଙ୍କୁ ନା ଏଠାକୁ ଆସୁଥିବା ଲୋକଙ୍କୁ? ଅକ୍ଟୋବର ୨୧ ତାରିଖରେ ୧୫କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କାରେ ନିର୍ମିତ ଏହି ୬ ମହଲା କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଉଦ୍‌ଘାଟନର କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଡାକ୍ତରଖାନା। ଇତିମଧ୍ୟରେ ୧୭ ଦିନ ବିତିଲାଣି ଉଦ୍‌ଘାଟନକୁ। ବୁଧବାର ଆମ ପ୍ରତିନିଧି ବୁଲିଥିଲେ ଏମ୍‌ସିଏଚ୍‌। ଦେଖିଥିଲେ ଅବସ୍ଥା। ଖବର ନୁହେଁ, କିଛି ଫଟୋ ହିଁ ବୟାନ କରିବ କିଭଳି ଆମେ ଏମ୍‌ସିଏଚ୍‌କୁ ବ୍ୟବହାର କରୁଛୁ। ନିହାତି ଭାବେ ଏମ୍‌ସିଏଚ୍‌ରେ ସଫେଇ ବ୍ୟବସ୍ଥା ଉପଲବ୍ଧ ରହିଛି କିନ୍ତୁ ଲୋକେ ଯଦି ନିଜେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବେ ତା’ହେଲେ କିଏ ହେବ ଉତ୍ତରଦାୟୀ?

ସମ୍ବନ୍ଧିତ ଖବର