ଲକଡାଉନ: ରାସ୍ତାକଡ଼ରୁ ଭିକାରୀଙ୍କୁ ଉଦ୍ଧାର କରି ବିଦ୍ୟାଳୟରେ ରଖି ଖାଇବାକୁ ଦେଲା ଭଦ୍ରକ ପୌରପାଳିକା

ଭଦ୍ରକ: କରୋନା ପାଇଁ ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରିଛି ଭଦ୍ରକ ପୌରପାଳିକା । ପୌରପାଳିକା ତରଫରୁ ଏଭଳି ଲୋକଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇ ସେମାନଙ୍କୁ ଖାଇବା-ପିଇବା ବନେ୍ଦାବସ୍ତ କରାଯାଇଛି । ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କ ଉପସ୍ଥିତିରେ ଭଦ୍ରକ ସହରର ବନ୍ତ ଛକ ପୋଲ ତଳ ଓ ଆରଡି ଛକ ନିକଟରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ।

ବର୍ତ୍ତମାନର କରୋନା ଭଳି ସ୍ଥିତିରେ ଅପରିଷ୍କାର ଅବସ୍ଥାରେ ରହିବା ନେଇ ପୌରପାଳିକା ନଜରରେ ଆସିଥିଲା । ପୁଲିସ ସହାୟତାରେ ପୌରପାଳିକା କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ କେତେକ ସ୍ୱେଚ୍ଛାସେବୀ ନିୟମିତ ଭାବେ ସେମାନଙ୍କୁ ଖାଦ୍ୟ ଯୋଗାଉଥିବାରୁ ଏହି ସ୍ଥାନ ଛାଡ଼ିବା ପାଇଁ ରାଜି ହେଉନାହାନ୍ତି । ଏଭଳି ପରିସ୍ଥିତିରେ ଉଦ୍ଧାର ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ପୌରପାଳିକା ରହିବା ସହ ଖାଦ୍ୟର ବ୍ୟବସ୍ଥା କରିଛି । ରାସ୍ତା ପାଶ୍ୱର୍ରେ ରହୁଥିବା ଲୋକଙ୍କୁ କରୋନା ଭଳି ସ୍ଥିତିରେ ଖାଦ୍ୟ ଦ୍ରବ୍ୟ ନ ଦେବାକୁ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିଛି ପ୍ରଶାସନ ।

ଆଜି ଲକଡାଉନର ୭ମ ଦିନରେ ଭଦ୍ରକ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରିଦିଆଯାଇଛି । ପରିବା ବଜାରକୁ ନେହରୁ ଷ୍ଟାଡିୟମରୁ ଉଠାଇ ନେଇ ସହରର ଠାରୁ ଦୂରରେ ଥିବା ୪ଟି ରାସ୍ତାକଡ଼ରେ ନିରାପଦ ଦୂରତାରେ ସବୁ ରହିଛନ୍ତି । ସକାଳ ୬ଟାରୁ ଏହି ହାଟ ଆରମ୍ଭ ହୋଇ ସକାଳ ୯ଟା ସୁଦ୍ଧା ବନ୍ଦ କରାଯାଇଥିଲା । ଲୋକମାନେ ପରିବାପତ୍ର ଓ ଗ୍ରୋସରୀ ସାମଗ୍ରୀ କିଣି ୯ଟା ସୁଦ୍ଧା ସହର ଭିତରୁ ହଟାଇ ଦିଆଯାଇଥିଲା । କେବଳ ପୌରାଞ୍ଚଳରେ ଏହି ସ୍ଥିତି ନୁହଁ, ଭଦ୍ରକର ଅନ୍ୟ ୩ଟି ପୌରାଞ୍ଚଳ ଓ ୭ଟି ବ୍ଲକ ଅଂଚଳରେ ଏହି ଆଇନକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା । ମାଜିଷ୍ଟ୍ରେଟମାନେ ଗାଁ ଗାଁକୁ ଯାଇଥିଲେ ।

ସମ୍ବନ୍ଧିତ ଖବର