ବଲାଙ୍ଗୀର : ମାଲକାନଗିରିରୁ ସମ୍ବଲପୁର ଏକ ହାଇୱା ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ବଲାଙ୍ଗୀର ପୁଲିସ ଚଢ଼ଉ କରିଛି। ଆରଟିଓ ଅଫିସ ଛକ ନିକଟରେ ପୁଲିସ ଚଢ଼ଉ କରି ଏହି ହାଇୱାରୁ ୧୦ କୁଇଣ୍ଟାଲ ୪୨କିଲୋ ଗଞ୍ଜେଇ ଜବତ କରିଛି। ହାଇୱା ଚାଳକ ନିରଞ୍ଜନ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଚାଳକ ସହ ଥିବା ଅନ୍ୟ ଜଣେ ଯୁବକ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇ ଚାଳକକୁ କୋର୍ଟ ଚାଲାଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ଏକ ହାଇୱାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଫଳରେ ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଆରଟିଓ ଅଫିସ ଛକରେ ଛକି ରହିଥିଲେ। ରାତି ପ୍ରାୟ ଅଢ଼େଇଟାରେ ହାଇୱା ଆସୁଥିବା ସମୟରେ ପୁଲିସ ଅଟକାଇଥିଲା। ଯାଞ୍ଚ ସମୟରେ ହାଇୱାରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା। ପୁଲିସ ଚାଳକ ନିରଞ୍ଜନ ପ୍ରଧାନକୁ ପଚରାଉଚୁରା କରିବା ସମୟରେ ଗାଡ଼ିରେ ଥିବା ଅନ୍ୟ ଜଣେ ଯୁବକ ଅନ୍ଧାରରର ସୁଯୋଗ ନେଇ ଫେରାର ମାରିଥିଲା। ହାଇୱାରେ ୪୪ଟି ପଲିଥିନ ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥଲା।