ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ତୁରେଇକେଲା ଥାନାରେ ୧୮ ଦାଦନ ଦଲାଲ ଅଟକ

କଣ୍ଟାବାଞ୍ଜି : ବାହାର ରାଜ୍ୟକୁ ବିଭିନ୍ନ ସମୟରେ ବଲାଙ୍ଗୀର ଜିଲ୍ଲାର ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଥିବାର ଅଭିଯୋଗ ବେଶ ପୁରୁଣା । ସେମାନଙ୍କୁ ବିନା ପାରଶ୍ରମିକରେ କାମରେ ନିୟୋଜିତ କରାଯାଉଥିବା କୁହାଯାଉଛି । ଏହିଭଳି ଏକ ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ତୁରେଇକେଲାରେ ଗତକାଲି ରାତିରେ ପୁଲିସ ଚଢ଼ାଉ କରିଥିବାର ଖବର ମିଳିଛି । ଦାଦନ ଶ୍ରମିକ ଚାଲାଣ କରିବା ଅଭିଯୋଗରେ ପୁଲିସ ୧୮ ଦଲାଲଙ୍କୁ ଥାନାରେ ଅଟକ ରଖିଥିବାର ଜଣାଯାଇଛି । ଏମାନଙ୍କ ଭିତରୁ କଣ୍ଟାବାଞ୍ଜି ପୁଲିସ ୮ ଜଣଙ୍କୁ ଅଟକ ରଖିଥିବାବେଳେ ତୁରେଇକେଲା ପୁଲିସ ୧୦ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି ।

ଗିରଫ ହୋଇଥିବା ଦଲାଲମାନଙ୍କଠାରୁ ଦାଦନ ଶ୍ରମିକ କେଉଁଠୁ ସଂଗ୍ରହ କରନ୍ତି, ଏବଂ କେଉଁଠାକୁ ଚାଲାଣ କରାଯାଏ , ଏଥିରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି, ଏଭଳି ବିଭିନ୍ନ ଦିଗକୁ ନେଇ ଦାଦନ ସର୍ଦ୍ଦାରମାନଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି । ତେବେ ଦାଦନ ଦଲାଲମାନଙ୍କ ସଂପର୍କରେ ପୁଲିସ ପକ୍ଷରୁ ଏଯାବତ୍ ବିଶେଷ ସୂଚନା ଦିଆଯାଇ ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର