୨୪ କେଜି ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ତୁଷରା ଥାନା ବିରାମୁଣ୍ଡା ଗ୍ରାମରୁ ୨୪ କେଜି ଗ‌ଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୂପଧର ନାଗ (୬୦), ଭକ୍ତ ଚରଣ ନାଗ (୩୦) ଓ ଦଶରଥ ନାଗ (୪୫)। ରବିବାର ସକାଳେ ବଲାଙ୍ଗୀର ଅବକାରୀ ମୋବାଇଲ ସ୍କ୍ବାଡ ଓ ତୁଷରା ଅବକାରୀ ବିଭାଗ ଦ୍ବାରା ବିରାମୁଣ୍ଡା ଗ୍ରାମରେ ଚଢ଼ଉ କରାଯାଇଥିଲା। ଚଢ଼ଉର ସୂଚନା ପାଇ ଅଭିଯୁକ୍ତମାନେ ଗଞ୍ଜେଇ ନେଇ ଫେରାର ହେବାକୁ ଚେ‌ଷ୍ଟା କରି ବିଫଳ ହୋଇଥିଲେ। ବିରାମୁଣ୍ଡା ଗ୍ରାମର ରୂପଧରଙ୍କ ଠାରୁ ୧୦ କେଜି, ଉଭୟ ଭକ୍ତ ଓ ଦଶରଥଙ୍କ ଠାରୁ ୭ କେଜି ଲେଖାଏଁ ଗ‌ଞ୍ଜେଇ ଜବତ ହୋଇଛି। ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ଇନ୍ସପେକ୍ଟର ଦେବାଶିଷ ପଟେଲ ଓ ପ୍ରସନ୍ନ ନାୟକ, ଏସଆଇ ଶଶିକାନ୍ତ ଦତ୍ତ, ଅନ୍ନପୂର୍ଣ୍ଣା ରଥ ଓ ପଦ୍ମ‌ ଲୋଚନ ନାଏକଙ୍କ ସହ କମ‌ର୍ଚାରୀ ସାମିଲ ଥିଲେ। ଗୁଡ଼ଭେଲା ବ୍ଲକ ଧନପୁର-ଗୁଡ଼ଭେଲା-ତୁଷରା ରାସ୍ତା ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ରାସ୍ତା ସାଜିଛି।

ସମ୍ବନ୍ଧିତ ଖବର