୫ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ମୁରିବାହାଲ: ମୁରିବାହାଲ ବନବିଭାଗ ପକ୍ଷରୁ ଆଜି ମିଳିତ ଭାବେ ନିକଟସ୍ଥ ଘୁଷୁରାମୁଣ୍ଡା ଗ୍ରାମର ଏକ ନିର୍ଦ୍ଦିଷ୍ଟ ପରିବାରର ଜମି ଓ ଘର ଉପରେ ଚଢ଼ାଉ କରି  ୫ଲକ୍ଷରୁ ଅଧିକ ମୂଲ୍ୟର ମୂଲ୍ୟବାନ ଶାଗୁଆନ କାଠ ଜବତ କରିଛି। ଆଜି ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ବଲାଙ୍ଗୀର ଏପିଆର ଫୋର୍ସ, ବିଭାଗର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଜଙ୍ଗଲ ବିଭାଗର ୱାଚର ପ୍ରମୁଖ ମିଳିତ ଭାବେ ଘୁଷୁରାମୁଣ୍ଡା ଗ୍ରାମର ଏକ ନିର୍ଦ୍ଧିଷ୍ଟ ପରିବାରର ଘରେ ଓ ତାଙ୍କ ଜମିରେ ଚଢ଼ାଉ କରି ବିପୁଳ ପରିମାଣର ଜଙ୍ଗଲଜାତ କାଠ ଜବତ କରିଥିଲେ। ଏ ସମ୍ପର୍କରେ ଚଢ଼ାଉର ନେତୃତ୍ୱ ନେଇଥିବା ରେଞ୍ଜର ଶ୍ରୀ ନାୟକଙ୍କୁ ପଚାରିବାରୁ ଜବତ କାଠ ଆନୁମାନିକ ୮୦ ରୁ ୧୦୦ ସିଏଫଟି ହେବା ସହ ଯେହେତୁ ଅଧିକାଂଶ ମୂଲ୍ୟବାନ ଶାଗୁଆନ କାଠ ରହିଛି ଏହାର ଆନୁମାନିକ ମୂଲ୍ୟ ୨ରୁ ୫ଲକ୍ଷ ଟଙ୍କା ହୋଇପାରେ, ସମ୍ପୂର୍ଣ୍ଣ ମାପ କଲା ପରେ ଜଣାପଡ଼ିବ। ଏହି କାଠ କାହାର ଓ କିଏ ରଖିଥିଲା, ମୁଁ ଚିହ୍ନିନି କି ଜାଣିନି, ସେ ସମ୍ପର୍କରେ ନିର୍ଦିଷ୍ଟ ହିସାବରେ ରାଜସ୍ୱ ବିଭାଗ ପକ୍ଷରୁ ଜମି ଚିହ୍ନଟ କଲାପରେ ପ୍ରକୃତରେ କାହାର ଜମି ଓ କାହାର ଘରୁ କେତେ ପରିମାଣର କାଠ ଜବତ ହୋଇଛି ଜଣାପଡ଼ିବ। ଏବେବି ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର