ବର୍ଷେ ହେଲା ବକେୟା ଦରମା ପାଇ ନାହାନ୍ତି ଅବସରପ୍ରାପ୍ତ ଶିକ୍ଷକ

ଦେଓଗାଁ: ରାଜ୍ୟର ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁଯାୟୀ ୧.୧.୨୦୧୬ରୁ ନୂତନ ହାରରେ ପେନସନ ମିଳିବା କଥା। ତେବେ ଏହି ପେନସନ ୨୦୧୭ ଅକ୍ଟୋବର ମାସରୁ ନଗଦ ଆକାରରେ ଦିଆଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଦରମା ନିର୍ଦ୍ଧାରଣ ଜନିତ ବକେୟା ଦରମା ମିଳି ନାହିଁ। ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚମ, ଷଷ୍ଠ କମିସନ ମାଧ୍ୟମରେ ସରକାରୀ ଦରମା ନିର୍ଦ୍ଧାରଣ କାରଣରୁ ଏହି ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ବକେୟା ପେନ୍‌ସନ ଦିଆଯାଇ ଥିଲେ ମଧ୍ୟ ସପ୍ତମ ବେତନ ନିର୍ଦ୍ଧାରଣ ନିୟମାନୁଯାୟୀ ଏ ପର୍ଯ୍ୟନ୍ତ ସେମାନଙ୍କୁ ୧.୧.୨୦୧୬ରୁ ବକେୟା ପେନସନ କାହିଁକି ଦିଆଯାଇ ନାହିଁ ବୁଝାପଡ଼ୁ ନାହିଁ। ଫଳରେ ହଜାର ହଜାର ଶିକ୍ଷକ ବର୍ତ୍ତମାନ ଗଭୀର ନିରାଶା ଏବଂ ଅଭାବର ଶିକାର ହେଉଛନ୍ତି। ତେଣୁ ଆଗାମୀ ୨୦୧୮ମେ ମାସର ପେନସନ ସହିତ ବକେୟା ପେନସନ ଦିଆ ନ ଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ନ୍ୟାୟାଳୟର ଆଶ୍ରୟ ନେବାକୁ ବଲାଙ୍ଗୀର ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ସଂଘ ସମନ୍ଵୟ ସମିତିର ଆବାହକ ଶ୍ୟାମ ସୁନ୍ଦର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର