ଦେଓଗାଁ ଓ ବଲାଙ୍ଗୀର ସହରରେ ଅର୍କେଶଙ୍କ ପ୍ରଚାର

ବଲାଙ୍ଗୀର: ବଲାଙ୍ଗୀର ବିଧାସଭା ନିର୍ବାଚନମଣ୍ଡଳୀର ବିଜେଡିର ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ ଶୁକ୍ରବାର ଦେଓଗାଁ ବ୍ଲକରେ ଦଳୀୟ କର୍ମକର୍ତ୍ତା ଓ ସମର୍ଥକଙ୍କୁ ସାକ୍ଷାତ କରିଛନ୍ତି। ନିର୍ବାଚନ ଆଉ ମାତ୍ର ପାଞ୍ଚ ଦିନ ଥିବା ବେଳେ ବିଜେଡି ସପକ୍ଷରେ ମତଦାନ ପାଇଁ ପ୍ରଚାର ରଣନୀତି ବିଷୟରେ ଆଲୋଚନା କରିଥିବା ଜଣାଯାଇଛି। ପରେ ବଲାଙ୍ଗୀର ସହରର ୮ ଓ ୧୬ ନଂ ୱାର୍ଡରେ ନିର୍ବାଚନୀ ପ୍ରଚାର କରିଛନ୍ତି। ଉଭୟ ୱାର୍ଡ ଅଧୀନରେ ଥିବା ପ୍ରତାପ ସାଗର ପଡ଼ା, ତେଲିଗୋଠ ପଡ଼ା ଓ ବ୍ରାହ୍ମଣ ପଡ଼ାର ଘର ଘର ବୁଲି ବିଭିନ୍ନ ସମସ୍ୟ ବିଷୟରେ ପଚାରି ବୁଝିବା ସହ ତାଙ୍କ ସପକ୍ଷରେ ମତଦାନ କରିବାକୁ ନିବେଦନ କରିଛନ୍ତି। ଶ୍ରୀ ସିଂହଦେଓଙ୍କ ସହ ବିଜେଡିର ଜିଲ୍ଲାସ୍ତରୀୟ ବିଭିନ୍ନ କର୍ମକର୍ତ୍ତା ଓ ନଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର