ଦୁଷ୍କର୍ମରେ ବିଫଳ ପରେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବେଲପଡ଼ା/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଥାନା ଅଞ୍ଚଳରେ ଜଣେ ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ମରଣାନ୍ତକ ଆକ୍ରମଣ କରିଛି ଜଣେ ଯୁବକ। ତେବେ ପୁଲିସ ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛି। ବେଲପଡ଼ା ଥାନା ଅନ୍ତର୍ଗତ ଏକ ଗାଁରେ ଛାତ୍ରୀଜଣକ ଗୁରୁବାର ଭୋର୍‌ରେ ଶୌଚ ପାଇଁ ଯାଇଥିଲେ। ତାଙ୍କୁ ଅଶୋକ ତାଣ୍ଡି ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ତାଙ୍କ ମୁଣ୍ଡକୁ ଏକ ପଥରରେ ଆକ୍ରମଣ କରିଥଲେ। ଛାତ୍ରୀଙ୍କ ଚିତ୍କାର ଶୁଣି ଗାଁର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିଲା। ପରିବାର ଲୋକେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ କାବୁ କରି ହାତଗୋଡ଼ ବାନ୍ଧି ରଖିବା ସହ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର