ନବୀନ ନିବାସରେ ବଲାଙ୍ଗୀର ବିଜେଡି ନେତାଙ୍କୁ ଟ୍ୟୁସନ୍‌

ବଲାଙ୍ଗୀର : ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ବିଜେଡି ବିଧାୟକଙ୍କୁ ନେଇ ନବୀନ ନିବାସରେ ସୋମବାର ଏକ ବୈଠକ ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି କ’ଣ ହୋଇଛି ସେ ବିଷୟରେ ବୈଠକରେ ଆଲୋଚନା କରାଯିବା ସହ ପଛରେ ପଡି ରହିଥିବା କାର୍ଯ୍ୟକ୍ରମ କେମିତି ଶୀଘ୍ର ହେବ ସେ ସଂପର୍କରେ ସମୀକ୍ଷା ହୋଇଛି। ବୈଠକ ସଂପର୍କରେ କୌଣସି ନେତା ସିଧାସଳଖ କିଛି କହୁ ନଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ୫ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ସୋନପୁର ବିଧାୟକ ତଥା ଜଳସଂପଦ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଲୋଇସିଂହା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନ୍‌, ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର