ବ୍ୟାଙ୍କ କର୍ମଚାରୀଙ୍କ ୨ ପ୍ରତିଶତ ଦରମା ବୃଦ୍ଧିକୁ ବିରୋଧ:ଏସ୍‌ବିଆଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ

ବଲାଙ୍ଗୀର: ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖା ସହ ଅନ୍ୟ ଶାଖାଗୁଡ଼ିକ ବୁଧବାର ଠପ୍‌ ହୋଇଛି। ବ୍ୟାଙ୍କ କାମ ଛାଡ଼ି କର୍ମଚାରୀମାନେ ଆଇବିଏର ନିଷ୍ପତ୍ତିକୁ ବିରୋଧ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ମାସ ଶେଷରେ ଉପଭୋକ୍ତାମାନେ ହଇରାଣ ହରକତ ହେଉଛନ୍ତି।
ବ୍ୟାଙ୍କ କର୍ମଚାରୀଙ୍କୁ ନେଇ ଗଠିତ ୟୁଏଫ୍‌ବିୟୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ଦରମା ବୃଦ୍ଧି ବି ଏକ ଦାବି ରହିଥିଲା। ତେବେ ଆଇବିଏ କର୍ମଚାରୀଙ୍କ ଦରମା ୨ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ଯାହାକୁ ୟୁଏଫ୍‌ବିୟୁ ସହ ଯଡିତ ବ୍ୟାଙ୍କ କର୍ମଚାରୀମାନେ ବିରୋଧ କରି ୨୮ ତାରିଖରୁ କଳା ବ୍ୟାଜ ପରିଧାନ କରିଥିଲେ। ଆଉ ବୁଧୁବାର ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏସ୍‌ବିଆଇଏସ୍‌ଏର ଆଞ୍ଚଳିକ ସଂପାଦକ ରୋହିତ କୁମାର ଶତପଥୀ, ମଣ୍ଡଳ ସଂପାଦକ ରୂପେଶ ଦଳାଇଙ୍କ ନେତୃତ୍ୱରେ ବିଇଏଫ୍‌ଆଇର ଅରୁଣ ପଣ୍ଡା, ହୀରାଲାଲ ସାହୁ, ପ୍ରକାଶ ମିଶ୍ର, ବିଜୟ ମହାନ୍ତି, ସସ୍ମିତା ଶତପଥୀ, ସ୍ୱାଧୀନ ଭୋଇ, ସଂଜୟ ନାଏକ, ଏଆଇବିଇଏର ପୂର୍ଣ୍ଣ ସାହୁ, ବିଇଏଫ୍‌ଆଇର ଦେବାଶିଷ ଭୋଇ, ବଂଶୀଧର ନାୟକ, ସରୋଜ ନାୟକ, ସମନ୍ଵିତା କାଲସାଏ, ସୁଚିସ୍ମିତା ନାଏକ, ସୌରଭ ମେହରଙ୍କ ସହ ଅନ୍ୟମାନେ ଧାରଣାରେ ସାମିଲ ହୋଇଥିଲେ। ଆଇବିଏ ତାର ନିଷ୍ପତ୍ତିରେ ପରିବର୍ତ୍ତନ କରିବା ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର