ବିଜେପୁର ଗୁଳିକାଣ୍ଡ ନେଇ ବଲାଙ୍ଗୀର ଏସ୍‌ପି ଅଫିସ୍‌ରେ ବିଜେପିର ବିକ୍ଷୋଭ

ବଲାଙ୍ଗୀର: ବିଜେପିର ଲୋକପ୍ରିୟତା ଯୋଗୁଁ ଶାସକ ଦଳ ବିଚଳିତ ହୋଇଯାଇଛି। ତେଣୁ ବୌଦ୍ଧର ମନମୁଣ୍ଡା, ପାରାଦୀପ, ଅନୁଗୁଳରେ ବିଜେପି କର୍ମୀଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଥିଲା। ଏପରିକି ବରଗଡରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାରଙ୍କ ଉପରେ ମଧ୍ୟ ଶାସକ ଦଳର ଲୋକେ ମାରଣାନ୍ତକ ଆକ୍ରମଣ କରିଥିଲେ। ଗତ ୭ ତାରିଖ ରାତିରେ ବିଜେପି ଯୁବମୋର୍ଚ୍ଚା ବିଜେପୁର ମଣ୍ଡଳର ସଭାପତି ମନୋରଂଜନ ମେହେରଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା। ଶ୍ରୀ ମେହେରଙ୍କୁ ନପାଇ ତାଙ୍କ ଘର ଉପରକୁ ଗୁଳି ଚଳାଇ ଦୁବୃର୍ତ୍ତମାନେ ଫେରାର ମାରିଥିଲେ।

ଏହି ଗୁଳିକାଣ୍ଡ ପଛରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭୂମିକା ରହିଥିବା ଅଭିଯୋଗ କରି ବଲାଙ୍ଗୀର ବିଜେପି ପକ୍ଷରୁ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗୁଳିକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ମନ୍ତ୍ରୀଙ୍କୁ ସରକାରରୁ ବରଖାସ୍ତ କରିବ ପାଇଁ ଦାବି କରିଥିଲେ ଜିଲ୍ଲା ଉପ ସଭାପତି ସରୋଜ ତ୍ରିପାଠୀ, ପ୍ରଭାସ ପାଣିଗ୍ରାହୀ, ପଙ୍କଜିନୀ ପଣ୍ଡା, ମହିଳା ବିଜେପି ସଭାପତି ସାଗରିକା ଗୁରୁ, ଆରତୀ ଗୁରୁ, ରାକେଶ ମିଶ୍ର, ପିତାମ୍ବର ଖମାରୀ, ସୁରଜ ଗୁରୁ, ଅନନ୍ତ ଦାଶ, ମହେନ୍ଦ୍ର ଠାକୁର, ବିଷ୍ଣୁପ୍ରସାଦ କେଡ଼ିଆଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହିକ୍ରମରେ ଅତିରିକ୍ତ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର