ଶଗଡ଼କୁ ପିଟିଲା ବାଇକ:ଦୁର୍ଘଟଣାରେ ଗ୍ରାମରକ୍ଷୀ ମୃତ ସନ୍ଦେହ

ଗୁଡ଼ଭେଲା: ତୁଷରା ଥାନା ଗୁଡ଼ଭେଲା ଫାଣ୍ଡିର କାର୍ଯ୍ୟରତ ଜଣେ ଗ୍ରାମରକ୍ଷୀ ଦୁର୍ଘଟଣାଗ୍ରାସ୍ତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନାନୁସାରେ ଗ୍ରାମରକ୍ଷୀ କୁବେର ବାରିକ(୫୫) ଗୁରୁବାର ରାତିରେ ନିଜ ଗ୍ରାମ ଦେମୁହାଣକୁ ବାଇକ(ସିଜି-୦୬-ବି-୨୭୫୪)ରେ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ବିରାମୁଣ୍ଡା ପାଞ୍ଚ ଛକ ନିକଟ ଦେମୁହାଣ ରାସ୍ତାରେ ବିପରିତ ଦିଗରୁ ଆସୁଥିବା ଏକ ଶଗଡ଼ ଗାଡ଼ିକୁ ଧକ୍କା ଦେଇଥିଲେ। ଫଳରେ କୁବେର ଛିଟିକି ପଡ଼ିଥିଲେ। ଖବର ପାଇ ତୁଷରା ଓ ଗୁଡ଼ଭେଲା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିବା ବେଳେ କୁବେରଙ୍କ ଶରୀର ନିସ୍ତେଜ ହୋଇ ପଡ଼ିଥିବା ଦେଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଇଆଇସି ପଞ୍ଚାନନ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର