ଦୁଇ ବାଇକ ମଧ୍ୟରେ ଧକ୍କା, ୩ ଗୁରୁତର

ସଇନ୍ତଲା: ସଇନ୍ତଲା ବ୍ଲକ ଅନ୍ତର୍ଗତ କେରମେଲି ପଂଚାୟତ ନିକଟ କରେଲଧୁଆ ନିକଟରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଲାଙ୍ଗୀର ପଟୁ ଏକ ବାଇକ୍‌ (ଓଡ଼ି ୧୭ସି-୩୨୦୩)ରେ ସଇନ୍ତଲା ସରକାରୀ ନୂତନ ବାଳିକା ହାଇସ୍କୁଲର ଶିକ୍ଷକ ବ୍ରହ୍ମାନନ୍ଦ ଭୋଇ ସ୍କୁଲକୁ ଆସୁଥିବାବେଳେ ସଇନ୍ତଲା ପଟୁ ଅନ୍ୟ ଏକ ବାଇକ (ଓଆର ୧୭ସି-୨୦୮୫)ରେ ଦୁଇଜଣ ଯୁବକ ଯାଉଥିଲେ। ତେବେ କରେଲଧୁଆ ଓଭରବ୍ରିଜ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ ଆରୋହୀ କିଛି ଦୂରକୁ ଛିଟିକି ପଡ଼ିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ବଲାଙ୍ଗୀର ସଦର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ବାଇକ ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର