କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗୀର: ମଙ୍ଗଳବାର ବଲାଙ୍ଗୀର ସହରର ସୋନପୁର ଛକରେ ଏକ କାର ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏଥିରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଉନ୍‌ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ବଲାଙ୍ଗୀର ସୋନପୁର ଛକରେ ଏକ କାର୍‌ (ଓଡି ୧୭ ୯୫୫୧) ତୁଷୁରା ଥାନା ନୂଆପଡ଼ାର ପବିତ୍ର ଭୋଇଙ୍କ ବାଇକକୁ ଧକ୍କା ଦେଇଥିଲା। ଏଥିରେ ପବିତ୍ର ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କ ଗୋଡ ଭାଙ୍ଗିଥିବା ଡାକ୍ତର କହିଥିଲେ। ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଟାଉନ୍‌ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା କାର ଓ ବାଇକକୁ ଜବତ କରିଛି। ଆଇଆଇସି ଗୋକୁଳାନନ୍ଦ ସାହୁଙ୍କ କହିବା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ପରିବାରକୁ ଯୋଗାଯୋଗ କରାଯାଇଛି। ସେମାନେ ଏତଲା ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର