ଗଛ ପଡ଼ି ବାଇକ ଚାଳକ ଆହତ

0 66

ସଇନ୍ତଲା: ରବିବାର ସନ୍ଧ୍ୟାରେ ସଇନ୍ତଲା ଅଂଚଳରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହୋଇଥିଲା। ଏହି ସମୟରେ ଗଛ ପଡ଼ି ଜଣେ ବାଇକ୍‌ ଆରୋହୀ ଆତହ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ପ୍ରାୟ ଦୁଇ ଘଣ୍ଟା ଧରି କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଝଡ଼ ବସାତ ହୋଇଥିଲା। ଏହି ସମୟରେ ଭେଜିପଦର ଗ୍ରାମରୁ କୌଣସି କାମରେ ଆଦିତ୍ୟ ସାହୁ (୩୫) ବାଇକରେ ବୁଢ଼ାବାହାଲ ରାସ୍ତାରେ ଯାଉଥିବାବେଳେ ଏକ ଗଛ ଡାଳ ତାଙ୍କ ବାଇକ ଉପରେ ପଡ଼ିବାରୁ ସେ ସେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.