ପୁଣି ‘ଚକଡା ଚିନ୍ତା’, ୮ ଏକର ଚାଷ ଜମିରେ ନିଅାଁ ଲଗାଇଲେ ଚାଷୀ

ବଲାଙ୍ଗୀର: ବର୍ଷେ ପରେ ପୁଣି ଚାଷ ଜମିକୁ ‘ଚକଡ଼ା’ ରୋଗ ଫେରିଛି। ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ସାହାଜବାହାଲ ଓ ଝରେଇବାହାଲ ଗାଁରେ ୨ ଜଣ ଚାଷୀ ଶନିବାର ନିଜର ୮ ଏକର ଚାଷ ଜମିରେ ନିଅାଁ ଲଗାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ ସାହାଜବାହାଲ ଗାଁର ଅନୀଲ ହୋତା ଏବର୍ଷ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଚକଡ଼ା ରୋଗ ଯୋଗୁଁ ସେ ବାଧ୍ୟ ହୋଇ ଆଜି ନିଅାଁ ଲଗାଇ ଦେଇଥିଲେ। ସେହିପରି ଝରେଇବାହାଲ ଗାଁର ଅଶୋକ ପ୍ରଧାନ ନିଜର ଚାଷ ଜମିରେ ନିଅାଁ ଲଗାଇ ଦେଇଛନ୍ତି।

ଜମିରେ ଚକଡ଼ା ରୋଗ ଲାଗିବା ପରେ ସେମାନେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଜମିରେ କୀଟନାଶକ ବ୍ୟବହାର କରିଥିଲେ କିନ୍ତୁ ଏଥିରେ କୌଣସି ସୁଫଳ ମିଳି ନଥିଲା। ଜମିରେ ଏହି ରୋଗ ଦିନକୁ ଦିନ ଅଧିକ ବ୍ୟାପିଥିଲା। ଶେଷରେ ଅନୀଲ ଓ ଅଶୋକ ଅନ୍ୟ ଉପାୟ ନପାଇ ଜମିରେ ନିଅାଁ ଲଗାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଗତବର୍ଷ ଚକଡ଼ା ରୋଗ ଚାଷୀକୁଳ ହଜାର ହଜାର ଏକର ଧାନ ଚାଷ ଜମିରେ ନିଅାଁ ଲଗାଇ ଦେଇଥିଲେ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର