ବଲାଙ୍ଗୀର: ବଳି ପାଇଁ ଶିଶୁକୁ ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଟାଉନ ଥାନା ଲକ୍ଷ୍ମୀନଗର ପଡାରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହୋଇଛି | ସନ୍ଦେହ କରାଯାଉଅଛି ବଳି ଉଦ୍ଦେଶ୍ୟରେ ପିଲାଟିକୁ ହତ୍ୟା କରାଯାଇଛି | ଶିଶୁଟିର ନାଁ ଜିତୁ ସ୍ୱାଇଁ ହୋଇଥିବାବେଳେ ଶିଶୁଟିକୁ ବଳି ଦିଆଯାଇଥିବାର ତାହାର ପରିବାର ଲୋକ ଅଭିଯୋଗ କରିଛନ୍ତି | ସୂଚନା ଅନୁଯାୟୀ ଗତକାଲି ଜିତୁ ନିଖୋଜ ହୋଇଯାଇଥିଲା | ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ | ପିଲାଟିର ଅଭିଭାବକ ପରେ ଖୋଜାଖୋଜି କରିବାପରେ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା | ତେବେ ଥାନାରେ ଏକ ମାମଲା ରୁଜୁ କରାଯାଇଛି, ଆଉ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି |

ସମ୍ବନ୍ଧିତ ଖବର