ଜୋର୍ ଧରୁଛି ଟିଟିଲାଗଡ଼ ଜିଲ୍ଲା ଦାବି:ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ

ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଜୋର୍ ଧରିଲା। ମଙ୍ଗଳବାର ଟିଟିଲାଗଡ଼ ଓକିଲ ସ˚ଘ ଏହି ଦାବିକୁ ସମର୍ଥନ କରି କାର୍ଯ୍ୟବନ୍ଦ ଡାକରା ଦେଇଥିଲା। ଗୁରୁବାରଠାରୁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣ ଧାରଣା ଆରମ୍ଭ ହୋଇଛି। ପ୍ରଥମ ଦିନ ଏହି ଧାରଣାରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ଓକିଲ ସ˚ଘ ଧାରଣାରେ ବସିଥିବା ବେଳେ ଏଥିପ୍ରତି ଲୋକଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଥିଲା। ଏହାସହ ଓକିଲ ସ˚ଘ କର୍ମକର୍ତ୍ତାମାନେ ପିକେଟିଂ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ତହସିଲଦାର କାର୍ଯ୍ୟାଳୟ, ସବରେଜିଷ୍ଟ୍ରୀ ଅଫିସ ଆଦିକୁ ବନ୍ଦ କରିବା ସହ ଓକିଲାତି ସ˚ବନ୍ଧୀୟ କୌଣସି କାର୍ଯ୍ୟରେ ସହଯୋଗ ନ କରିବା ପାଇଁ ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ଏହି ଧାରଣାରେ ସହରର ବିଭିନ୍ନ ଅନୁଷ୍ଠାନ, ଏହି ଉପଖଣ୍ତ ଅନ୍ତର୍ଗତ ବିଭିନ୍ନ ବ୍ଲକରୁ ମଧୢ ଲୋକେ ଆସି ଧାରଣାରେ ବସିବା ସହ ଆନ୍ଦୋଳନକୁ ତୀବ୍ର କରିବେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ ୧୯୯୨ ମସିହାରୁ ଟିଟିଲାଗଡ଼ ଉପଖଣ୍ତକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଛି। ‌େହଲେ ସରକାର ଏହି ଉପଖଣ୍ତ ପ୍ରତି ଅବହେଳା କରି ଆସୁଛନ୍ତି ବୋଲି ଅଭିଯୋଗ ହୋଇ ଆସିଛି। ତେବେ ବର୍ତ୍ତମାନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି କର ବା ମର ଡାକରା ଦେବା ସହ ଏହି ଆନ୍ଦୋଳନକୁ ଅଧିକରୁ ଅଧିକ ତୀବ୍ର କରିବା ସହ ଯେତେ ଦିନ ପର୍ଯ୍ୟନ୍ତ ଜିଲ୍ଲା ମାନ୍ୟତା ନ ମିଳିଛି ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୨୬ ତାରିଖ ଦିନ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ସ˚ପୂର୍ଣ୍ଣ ସଫଳ ହୋଇଥିଲା। ଆଜିର ପ୍ରଥମ ଦିନର ଧାରଣାରେ ଟିଟିଲାଗଡ଼ ଓକିଲ ସ˚ଘ ସଭାପତି କୃଷ୍ଣଚନ୍ଦ୍ର ସାହୁ, ଉପସଭାପତି ପଙ୍କଜ ପାଢ଼ୀ, ସ˚ପାଦକ ଲଳିତ ମୋହନ ତାଣ୍ତି, ଟିଟିଲାଗଡ଼ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢ଼ୀ, ସାଧାରଣ ସ˚ପାଦକ ମୋହନଲାଲ ଜୈନ, ଆଇନଜୀବୀ ରବିକିରଣ ସ୍ବାଇଁ, ପ୍ରଭାସ ବହିଦାର, ମନୋଜ ହାତୀ, ଶ୍ୟାମା ପ୍ରସାଦ ଗରିଆ, ମୁମତାଜ ଖାନ, ନିହାର ରଞ୍ଜନ ବାବୁ, ସଞ୍ଜୀବ ପାଢ଼ୀ, ଆଲୋକ ନାୟକ ପ୍ରମୁଖଙ୍କ ସହ ବହୁ ଆଇନଜୀବୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର