ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଧୁମସୁ ଗାଁର ବୁଢ଼ାବୁଢ଼ୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚାଉଲଶୁଖା ପଞ୍ଚାୟତ ଧୁମସୁ ଗାଁରେ ଅନେକ ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି ୮୦ ବର୍ଷରୁ ଅଧିକ ବୟସର ବୁଢ଼ା ବୁଢ଼ୀଙ୍କୁ ମଧ୍ୟ ଭତ୍ତା ମିଳି ନଥିବା ଜଣା ପଡ଼ିଛି। ଏହି ଗାଁ ମାଝୀ ପଡ଼ାର ମଧୁକର ମାଝୀ(୮୦), ଭୁଜମରୀ ମାଝୀ (୭୩), ରାଜେଶ୍ୱରୀ ମାଝୀ (୬୮), ବିମାଧାରୀ ମାଝୀ (୭୪), କୁଆ ମାଝୀ (୬୮), ପ୍ରମୋଦ ମାଝୀ(୭୮), ନଥିଲା ସୁନା (୬୫), କଲାବତୀ କୁମ୍ଭାର (୭୫), ମାଧବୀ ମାଝୀ (୭୫), ମୁନ୍‌ଗା ମାଝୀ (୭୦), ଦେବରାଜ ସୁନା(୬୫), କଲାମଣି ମାଝୀ (୬୨), ଗୋକୁଲ ସୁନା(୮୦), ଦିବାକର ସୁନା(୬୫) ଆଜି ପର୍ଯ୍ୟନ୍ତ ଭତ୍ତା ପାଇ ନଥିବା ପ୍ରକାଶ କରିଛନ୍ତି। କେବଳ ପ୍ରତିଶ୍ରୁତି ମିଳୁଛି। ଏବେ ଯଦି ଭତ୍ତା ନ ମିଳିବ ତେବେ ମଲା ସମୟରେ ମିଳିଲେ କି କାମରେ ଲାଗିବ ବୋଲି ସେମାନେ କହନ୍ତି। ଗାଁରେ ଥିବା ଅନେକ ବିଧବା, ଦିବ୍ୟାଙ୍ଗ ଶିଶୁ ରାହୁଲ ସୁନା (୯), ଲୋକେଶ ମାଝୀ ମଧ୍ୟ ଭତ୍ତାରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି। ଏ ନେଇ ବିଡିଓଙ୍କୁ ପଚାରିବାରୁ ସେ ଏକ ବୈଠକରେ ଥିବା କହି ଫୋନ କାଟି ଦେଇଥିଲେ। ଚାଉଲଶୁଖା ସରପଞ୍ଚ ସୁଶୀଳା ବାଗଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପ୍ରତିନିଧି ଘାସିରାମ ବାଗ ଯୋଗ୍ୟ ବ୍ୟକ୍ତି ଆବେଦନ କଲେ ତାଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର