ରାସ୍ତାରେ ଡ୍ରେନ୍‌ ପାଣି

ଲଛିପୁର: ବଲାଙ୍ଗୀର ଜିଲ୍ଲା କୁଟାସିଂହା ଗ୍ରାମରେ ମୁଖ୍ୟ ରାସ୍ତା ଓ ମେହେରପଡ଼ାରେ ଥିବା ଡ୍ରେନ୍‌ଗୁଡ଼ିକ ପୋତି ହୋଇଯାଇଥିବାରୁ ଘରୁ ବାହାରୁଥିବା ମଇଳା ପାଣି ରାସ୍ତାରେ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ବହୁଦିନ ହେଲା ଡ୍ରେନ୍‌ଗୁଡ଼ିକ ସଫା କରାଯାଉନଥିବାରୁ ପୋତି ହୋଇଗଲାଣି। ଫଳରେ ବର୍ଷା ପାଣି ସହିତ ଘରଗୁଡ଼ିକରୁ ବାହାରୁଥିବା ମଇଳା ପାଣି ମୁଖ୍ୟ ରାସ୍ତା ଉପରେ ଯାଉଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ବର୍ଷା ଆଗରୁ ଡ୍ରେନ୍‌ ସଫା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର