ବଲାଙ୍ଗୀର: ପୁଲିସ୍‌ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ରିଷ୍ଣା ଆହତ

ବଲାଙ୍ଗୀର: କୁଖ୍ୟାତ ଅପରାଧୀ କ୍ରିଷ୍ଣା ରବିବାର ତୁଷରା ଛକ ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି। ବଲାଙ୍ଗୀର ପୁଲିସ ଏନ୍‌କାଉଣ୍ଟର କରିଥିବା ଜଣାପଡ଼ିଛି। ପୁଲିସକୁ ଦେଖି କ୍ରିଷ୍ଣା ପଳାୟନ କରିବାକୁ ଉଦ୍ୟମ କରି ମଧ୍ୟ ଏଥିରେ ବିଫଳ ହୋଇଛି। ପ୍ରଥମେ ସେ ପୁଲିସ ଉପରକୁ ଗୁଳି କରିଥିଲା। ଏହା ପରେ ପୁଲିସ ଏହାର କଡ଼ା ଜବାବ ଦେଇଥିଲା। ଗୋଡ଼ରେ ଗୁଳି ଲାଗିବା ପରେ କ୍ରିଷ୍ଣା ଆହତ ହୋଇ ତଳେ ପଡ଼ିଯାଇଥିଲା। ତାକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ରିଷ୍ଣା ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି। ବିଭିନ୍ନ ବ୍ୟାଙ୍କ ଲୁଟ୍‌ ଘଟଣାରେ କ୍ରିଷ୍ଣା ଜଡ଼ିତ ଥବା ପୁଲିସ ସୂଚନା ଦେଇଛି।

ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କେ. ଶିବା ସୁବ୍ରମଣି କହିଛନ୍ତି, ଅପରାଧୀ କ୍ରିଷ୍ଣା କୋଟା ନୂଆପଡ଼ା ଜିଲ୍ଲାର ବୋର୍ଡେନ ଅଂଚଳର। ସେ ବିଭିନ୍ନ ବ୍ୟାଙ୍କ ଲୁଟ ଘଟଣାରେ ସଂପୃକ୍ତ ଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଆମେ ଘଟଣାସ୍ଥଳରେ ପହଂଚି ଏନ୍‌କାଉଣ୍ଟର କରିଛୁ। ଗୁଳିମାଡ଼ ପରେ କ୍ରିଷ୍ଣା ଆହତ ହୋଇଥିବାରୁ ତା’କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର