କଣ୍ଟାବାଞ୍ଜିି: କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜିି: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର କରୁଅାଁ ମୁଣ୍ଡା ପଂଚାୟତ ଅନ୍ତର୍ଗତ କୁଲିଆଦର ଗ୍ରାମର କପାଚାଷୀ ଭଗତ ସଗ୍ରିଆ (୪୦) କପା ଚାଷରେ ବ୍ୟବହୃତ ହେଉଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ।
ସୁଚନା ଯୋଗ୍ୟ ଯେ ଭଗତ ପ୍ରାୟ ୨୦ ଏକର ଜମିରେ ଚାଷ କରନ୍ତି ।ସେଥିମଧ୍ୟରୁ ସେ ୫ ଏକର ଜମିରେ କପା ଚାଷ କରୁଥିଲେ । ହେଲେ ଗତକାଲି ସକାଳ ପ୍ରାୟ ୬ ଟା ସମୟରେ ଜମି ପାଖକୁ ଯାଇ ସେ କପା ରେ ବ୍ୟବହାର ହେଉଥିବା କୀଟନାଶକ ଖାଇ ଦେଇଥିଲେ । ସେହି ଜମିରେ କାମ କରୁଥିବା ଆଖ ପାଖ ଚାଷୀ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପ୍ରଥମେ ଭଗତଙ୍କୁ କଣ୍ଟାାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ଗୁରୁତ ହେବାରୁ ତାଙ୍କୁ ଆଜି ଭୋରରୁ ବୁର୍ଲା ସ୍ଥାନାନ୍ତର ବେଳେ ତଭଗତଙ୍କର ମତ୍ୟୁ ଘଟିଛି। । ତାଙ୍କ ବଡ ଭାଇ କହିବା ଅନୁଯାୟୀ ଚାଷ କରିବା ପାଇଁ ସେ କଣ୍ଟାବାଞ୍ଜି ର କିଛି ଲୋକଙ୍କ ଠାରୁ ଋଣ କରିଛନ୍ତି। ମାତ୍ର ଚାଷରେ କ୍ଷତି ଓ ଋଣଭାରଯୋଗୁଁ ଭଗତ କୀଟନାଶକ ଖାଇଦେଇଥିଲେ।

ସମ୍ବନ୍ଧିତ ଖବର