ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା: ଗଞ୍ଜେଇ ଚାଲାଣ ବେଳେ ନୂଆପଡ଼ା ଅବକାରୀ ବିଭାଗ ଗୁରୁବାର ଚଢ଼ଉ କରି ରାଜସ୍ଥାନର ଅଶୋକ ଶର୍ମା (୩୨)ଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି।
ଅବକାରୀ ଏସ୍‌ଆଇ ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଖରିଆରୋଡ଼ସ୍ଥିତ ରେଳ ଫାଟକ ନିକଟରେ ଅଶୋକଙ୍କୁ ଧରିଥିଲେ। ସେ ବସ୍‌ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ନେଇ ଯାଉଥିଲେ।
ଖଡିଆଳ: ଖଡିଆଳ ଅବକାରୀ ବିଭାଗ ମଧ୍ୟପ୍ରଦେଶର ବେରାତିଆଖାନା ମହକେଡା ଗ୍ରାମର ଛୋଟେ ବାଇଙ୍କ ଠାରୁ ୬ କେଜି ଗଞ୍ଜେଇ ଜବତ କରିଛି। ସେ ଗଞ୍ଜେଇ ଧରି ଭୋପାଳ ଯାଉଥିଲେ।

ସମ୍ବନ୍ଧିତ ଖବର