ବର୍ଷାରେ ଘର ଭାଙ୍ଗିଲା, ସରକାରୀ ସହାୟତା ଦାବି

ମୁରିବାହାଲ: ମୁରିବାହାଲ ସଦର ପଞ୍ଚାୟତ ଅନ୍ତର୍ଗତ ହାଟପଦାପଡ଼ାରେ ରହୁଥିବା ବିଧବା କେତକୀ ଭୋଇଙ୍କ ମାଟି ଛପର ଘର ଗତ ଦୁଇଦିନର ଲଘୁଚାପ ବର୍ଷାରେ ଭାଙ୍ଗିଯିବାରୁ ତାଙ୍କ ୬ ପ୍ରାଣୀକୁଟୁମ୍ବ ଏବେ ବାହାରେ ଦିନ କାଟୁଛନ୍ତି। ବ୍ଲକ୍‌ ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ଦାମୋଦର ଭୋଇ ବିଧବା କେତକୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସଟିଏ ପ୍ରଦାନ ପାଇଁ ମୁରିବାହାଲ ବିଡିଓ, ତହଦିଲଦାର ଓ ସରପଞ୍ଚଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି। ହଳଦୀ ପଞ୍ଚାୟତ ପୁଡ଼ିସରା ଗ୍ରାମର ଗରିବ ଦିନ ମଜୁରିଆ ଧୁବନେ ବାଗଙ୍କ ମାଟି ଖପର ଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବାରୁ ସେ ମୁରିବାହାଲ ବିଡିଓ ଓ ତହସିଲଦାରଙ୍କୁ ସହାୟତା ପାଇଁ ଲିଖିତ ନିବେଦନ କରିଛନ୍ତି। ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର