ଜଳିଗଲା ଆଇସକ୍ରିମ ପାର୍ଲର

ବଲାଙ୍ଗୀର: ବଲାଙ୍ଗୀର ସହରର କଚେରି ଛକ ଲକ୍ଷ୍ମୀଯୋର ନିକଟରେ ଏକ ଆଇସ୍‌କ୍ରିମ ପାର୍ଲରରେ ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଅନୁସାରେ କଚେରି ଛକରୁ ପାଟଣାଗଡ଼ ରାସ୍ତାରେ ଲକ୍ଷ୍ମୀଯୋର ନିକଟରେ ମନୋଜ ପାଣିଗ୍ରାହୀଙ୍କ ଏକ ଆଇସକ୍ରିମ ଦୋକାନ ରହିଛି। ଆଜି ବାହୁଡ଼ା ଥିବାରୁ ସେ ୩.୧୫ମି.ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପ୍ରାୟ ୪ଟା ବେଳେ ଦୋକାନରୁ ଧୂଆଁ ବାହାରିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ମନୋଜଙ୍କୁ ଖବର ଦେଇଥିଲେ। ମନୋଜ ଆସି ଦୋକାନର ସଟର ଖୋଲିବା ପରେ ନିଆଁ ଭୟଙ୍କର ରୂପ ନେଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ସମସ୍ତ ଜିନିଷ ଭସ୍ମୀଭୂତ ହୋଇ ସାରିଥିଲା। ଦୋକାନରେ ୩ଟି ଫିଜର, ଗୋଟିଏ ଫ୍ରିଜ, ଆସବାବ ପତ୍ର, ଆଇସକ୍ରିମ, ଥଣ୍ଡା ପାନୀୟ ସହ ଅନ୍ୟାନ୍ୟ ଜିନିଷ ପୋଡ଼ି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୩ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ମନୋଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର