ରେଳ ଷ୍ଟେସନରୁ ନକଲି ନୋଟ୍‌ ଜବତ : ଅଭିଯୁକ୍ତ ଛୁରୀମାଡ଼ରେ ଯବାନ ଆହତ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରୁ ରେଳବାଇ ପୁଲିସ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି। ଏହି ମାମଲାରେ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ତୁକୁର୍ଲା ଗାଁର ରାମଚନ୍ଦ୍ର ଭୋଇ (୩୪)ଙ୍କୁ ଗିରଫ କରିଛି। ଗିରଫଦାରୀ ବେଳେ ଅଭିଯୁକ୍ତର ଛୁରୀମାଡ଼ରେ ସିଆର୍‌ପିଏଫ୍‌ ଯବାନ ରାଜ ଉପାଧ୍ୟାୟ ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ଭୋର୍‌ ପ୍ରାୟ ସାଢ଼େ ୩ଟାରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଲାଗିଥିଲା ହଟିଆ- ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନ। ଟ୍ରେନ୍‌ ଭିତରେ ସିଆର୍‌ପିଏଫ୍‌ କନେଷ୍ଟବଳ ରାଜ ଓ ଅଭିଯୁକ୍ତ ରାମଚନ୍ଦ୍ର ଧସ୍ତାଧସ୍ତି ହେଉଥିବା ଦେଖି ସ୍ଥାନୀୟ ଆରପିଏଫ ଓ ଜିଆରପି କର୍ମଚାରୀ ହସ୍ତକ୍ଷେପ କରିଥିଲେ। ରାଜ ସିଆରପିଏଫ କନେଷ୍ଟବଳ ବୋଲି ପରିଚୟ ଦେଇଥିଲେ। ରାମଚନ୍ଦ୍ରଙ୍କ ବିଷୟରେ ପଚରାଉଚରା ବେଳେ ସେ ଧରିଥିବା ବ୍ୟାଗ ଭିତରୁ ପ୍ରାୟ ସାଢ଼େ ଚାରି ଲକ୍ଷ ଟଙ୍କାର ନକଲି ନୋଟ ମିଳିଥିଲା। ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ପୁଲିସ ଗିରଫ କରିଥିଲା। ଧସ୍ତାଧସ୍ତିରେ ରାଜ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର