କିଓସ୍କ୍‌ ସେଣ୍ଟର ପରିଚାଳକଙ୍କୁ ଆକ୍ରମଣ ଓ ଲୁଟ, ୨ ଗିରଫ

ସଇନ୍ତଲା: ସଇନ୍ତଲା ଥାନା ଅନ୍ତର୍ଗତ କଅଁସର ପଂଚାୟତର ଭେଜିପଦରଠାରେ ଥିବା କିଓସ୍କ ସେଣ୍ଟରର ପରିଚାଳକଙ୍କୁ ଆକ୍ରମଣ ଓ ଲକ୍ଷେ ଟଙ୍କା ଲୁଟ ଘଟଣାର ପୁଲିସ ଜଣ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଗତ ମାସ ୫ ତାରିଖ ଦିନ କିଓସ୍କ ସେଂଟରର ପରିଚାଳକ ରିତୁ ସାହୁ ବେଲଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷେଟଙ୍କା ଉଠାଇ ଫେରୁ ଥିବାବେଳେ କଅଁସର ଭେଜିପଦର ଗ୍ରାମ ମଧ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇ ଲୁଟେରା ଏକ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ଟିଟିଲାଗଡ଼ ଏସଡିପିଓ ସରୋଜ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏସଆଇ ସୁନୀଲ ସୋରେନ, ଏଏସଆଇ ଅବନୀ ସାହୁ, ପିଏସଆଇ ପ୍ରଭୁଦତ ବିଶ୍ୱାସ, ଏଏସଆଇ ବିପି ସାଏ ପ୍ରମୁଖ ତଦନ୍ତ କରି ବଲାଙ୍ଗୀର ରୁଗୁଡ଼ିପଡ଼ାର ମନୋଜ ସିଂହ ଏବଂ ତୁଷୁରା ଥାନାର ନୂଆଁପଡ଼ା ଗ୍ରାମର ଅକ୍ଷୟ ବଗର୍ତ୍ତୀଙ୍କୁ ଗିରଫ କରି ଗୁରୁବାର ସଇନ୍ତଲା କୋର୍ଟକୁ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ବାଇକ, ଚୋରି ହୋଇଥିବା ରିତୁଙ୍କ ବ୍ୟାଗ ଏବଂ କାଗଜପତ୍ର ପୁଲିସ ଜବତ କରିଛି। ଏହି ଲୁଟେରା ଦଳ କଳାହାଣ୍ଡି ଜିଲ୍ଲାର ରାମପୁର, ମଦନପୁର ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୁଟ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ଥାନା କେସ ନଂ.୬୦/୧୮ରେ ଓ ଧାରା ୩୯୪ ଓ ୩୦୭ ଦଫାରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର