କାଠ ସହ ମିନି ଟ୍ରକ ଜବତ, ୧ କୋର୍ଟ ଚାଲାଣ

ଲାଠୋର: ଲାଠୋର ବନ ବିଭାଗ ବୁଧବାର ରାତିରେ ଖଇର କାଠ ବୋଝେଇ ଏକ ମିନିଟ୍ରକକୁ ଜବତ କରି ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ବେନ୍ଦେର ସଂରକ୍ଷିତ ଜଙ୍ଗଲ- ୨ ବାଗଦୋରରୁ ଏକ ମିନିଟ୍ରକ (ସିଜି ୦୪ ଜି ୯୪୦୦) ଯୋଗେ ଖଇର କାଠ ବାହାରକୁ ଚାଲାଣ ହେଉଥିବା ବନ ବିଭାଗକୁ ସୂଚନା ମିଳିଥିଲା। ଲାଠୋର ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଦଳ ଉକ୍ତ ଜଙ୍ଗଲରେ ପହଞ୍ଚି ମିନିଟ୍ରକକୁ ଜବତ କରିବା ସହ ଡ୍ରାଇଭର ହିମାଂଶୁ ସିଂହଙ୍କୁ ଗିରଫ କରିଥିଲେ। ଜବତ ହୋଇଥିବା ୭ ଟନ ଖଇର କାଠର ହାରାହାରି ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ଗିରଫ ଅଭିଯୁକ୍ତ ହିମାଂଶୁଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ସୁତାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର