ଚଳନ୍ତା ବସ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଶିକ୍ଷକ ଅଟକ

ସଇନ୍ତଲା: ଶୁକ୍ରବାର ବଲାଙ୍ଗୀରରୁ କଲମପୁର ଯାଉଥିବା ଏକ ସରକାରୀ ବସ୍‌ରେ ଜଣେ ମହିଳାଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସୁରପଡ଼ା ସ୍କୁଲର ଶିକ୍ଷକ ଗୋବିନ୍ଦ ବ୍ରହ୍ମା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସଇନ୍ତଲା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସଇଁନ୍ତଲା ଥାନା ଅଞ୍ଚଳର ଜଣେ ମହିଳା ବସ୍‌ରେ ଯାତ୍ରା କରୁଥିଲେ। ଏହି ବସ୍‌ରେ ଯାଉଥିବା ଗୋବିନ୍ଦ ବ୍ରହ୍ମା ତାଙ୍କୁ ଦୁର୍ବ୍ୟବହାର କରୁଥିଲେ। ମହିଳା ଜଣକ ଏ ନେଇ ଫୋନ୍‌ କରି ପରିବାର ଲୋକଙ୍କୁ ଓ ସଇନ୍ତଲା ଥାନାକୁ ଜଣାଇଥିଲେ। ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖିବା ସହ ଏକ ମାମଲା ରୁଜୁ କରି ଏସ୍‌ଆଇ ସୁନୀଲ ସୋରେନ ତଦନ୍ତ କରୁଛନ୍ତି। ସଂପୃକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଦେଇଥିବା ଓ ଅଭିଯୁକ୍ତ ତାଙ୍କର ସଂପର୍କୀୟ ହୋଇଥିବାରୁ ଘଟଣାର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ସୋରେନ କହିଛନ୍ତି।

ସମ୍ବନ୍ଧିତ ଖବର