ଲକ୍ଷାଧିକ ଟଙ୍କାର କାଠ ଜବତ

ବଲାଙ୍ଗୀର: ବଲାଙ୍ଗୀର ବନ ବିଭାଗ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପେଲେସ୍‌ ଲାଇନ୍‌ ପଡ଼ାରେ ଚଢଉ କରାଯାଇଥିଲା। ଏହି ପଡ଼ାରେ ରହୁଥିବା ସତ୍ୟେନ୍ଦ୍ର ପ୍ରତାପ ସିଂହଦେଓ ବିପୁଳ ପରିମାଣର ମୂଲ୍ୟବାନ କାଠ ରଖିଥିବା ସୂଚନା ପାଇ ଡିଏଫ୍‌ଓ ସମୀର କୁମାର ଶତପଥୀଙ୍କ ନେତୃତ୍ୱରେ ଚଢଉ ହୋଇଥିଲା। ଏହି ଚଢଉ ବେଳେ ଘର ମାଲିକ ଶ୍ରୀ ସିଂହଦେଓ ନଥିବା ବେଳେ ବନ ବିଭାଗ ଶାଳ, ଶାଗୁଆନ, ପିଆଶାଳ ଭଳି କାଠ ଜବତ କରିଛି। କଳାହାଣ୍ଡି, ସୋନପୁର ଜିଲ୍ଲାରୁ ଏହି କାଠଗୁଡ଼ିକ ଆଣି ସେ ଘରେ ମହଜୁଦ ରଖିବା ସହ କାଠ ଚୋରା ଚାଲାଣ କରୁଥିବା ଜଣାପଡିଛି। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର