୭ ପେଟ୍ରୋଲ ଟାଙ୍କିରେ ପୁଲିସର ଚଢ଼ଉ

ବଲାଙ୍ଗୀର: ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲର ମାପ ଓ ଓଜନରେ ଠିକ୍‌ ରହୁ ନଥିବା ଓ ଡେନ୍‌ସିଟିରେ ବି ଜାଲିଆତି କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ମାପ ଓ ଓଜନ ବିଭାଗ ସହାୟତାରେ ଚଢଉ କରାଯାଇଥିଲା। ଏହିକ୍ରମରେ ମଙ୍ଗଳବାର ବଲାଙ୍ଗୀର ଟାଉନ୍‌ ଥାନା ପୁଲିସ ଯୋଗାଣ ବିଭାଗ ଓ ମାପ ଓଜନ ବିଭାଗ ସହ ମିଶି ୭ଟି ପେଟ୍ରୋଲ ପମ୍ପରେ ଚଢଉ କରିଥିଲେ। କଲେଜ ଛକ, ପେଲେସ୍‌ ଲାଇନ୍‌, ପିପି ଏକାଡେମି, କୋଶଳ କଳାମଣ୍ଡଳ ଓ ଥାନା ନିକଟ ଟାଙ୍କି ସହ ସମ୍ବଲପୁର ରୋଡ୍‌ରେ ଥିବା ଦୁଇଟି ଟାଙ୍କିରେ ଚଢଉ ହୋଇଥିଲା। ଚଢଉରେ ଟାଉନ୍‌ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ନେତୃତ୍‌ବ ନେଇଥିବା ବେଳେ ଦିନ ତମାମ ଚଢଉ ଜାରି ରହିଥିଲା। ସିଲ୍‌ ଯାଞ୍ଚ କରାଯିବା ସହ ପେଟ୍ରୋଲ ଓ ଡିଜେଲର ମାନ ପରୀକ୍ଷା ହୋଇଥିଲା। ସନ୍ଦେହ ହେଲେ ଯାଞ୍ଚ ପାଇଁ ସେମ୍ପୁଲ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର