ପୁଞ୍ଜିପଥର ବାବା ହତ୍ୟା ମାମଲା, ପୁତୁରା ଗିରଫ

 

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁରେ ପୁଞ୍ଜିପଥର ବାବା ନାମରେ ପରିଚିତ ରମେଶ ପାଢ଼ୀ(୫୫)ଙ୍କ ହତ୍ୟା ମାମଲରେ ପୁଲିସ ମଙ୍ଗଳବାର ତାଙ୍କ ପୁତୁରା ଅଶ୍ୱିନୀ ପାଢ଼ୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ସବୁ ଦିନ ପରି ସୋମବାର ରାତି ରମେଶ ମନ୍ଦିର ବନ୍ଦ କରି ଘରକୁ ବାହାରିଥିଲେ। ପୂର୍ବ ଯୋଜନା ମୁତାବକ ଅଶ୍ୱିନୀ ତାଙ୍କୁ ହତ୍ୟା କରିବା ପାଇଁ ଜଗି ବସିଥିଲା। ବାବା ଘରକୁ ପହଞ୍ଚିବା ପରେ ସେ ଟାଙ୍ଗିଆ ଧରି ଆକ୍ରମଣ କରିଥିଲା। ବାବା ନିଜ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ଦୌଡ଼ି ହରିଜନ ପଡ଼ାକୁ ଯାଇଥିଲେ। ସେଠାରେ ଅଶ୍ୱିନୀ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଫଳରେ ଘଟଣାସ୍ଥଳରେ ବାବାଙ୍କ ମୃତ୍ୟୁ ହୋଇଥିଲା। ରମେଶଙ୍କ ଶଳା କହିବା ଅନୁସାରେ ଅଶ୍ୱିନି ଘଟଣା ଦିନ ରମେଶଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା।

ଅଭିଯୁକ୍ତ ଅଶ୍ୱିନୀଙ୍କୁ ଆମ ପ୍ର୍ରତିନିଧି ହତ୍ୟାାକାଣ୍ଡ ବିଷୟରେ ପଚାରିବାରୁ ସେ କହିଥିଲା, ‘ଯେ ରମେଶ ୨୫ ବର୍ଷ ହେବ ଭାଗ ପାଇଥିବା ଜମିକୁ ହାତେଇଥିଲା ଏବଂ ତାକୁ ହତ୍ୟା ଧମକ ଦେଇ ଆସୁଥିଲା। ତେବେ ମୁଁ ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇ ଦେବା ପାଇଁ ହତ୍ୟା କରିଛି’ ବୋଲି କହିଥିଲେ। ହତ୍ୟା କରିବା ପରେ ସେ ନିଜେ ଥାନାରେ ଆତ୍ମସମର୍ପଣ କରିଥିବା ରମେଶ କହିଛନ୍ତି। ଅଶ୍ୱିନୀଙ୍କ ସୂଚନା ଅନୁସାରେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଗାଁର ପୋଖରୀରୁ ଉଦ୍ଧାର ପାଇଁ ପୁଲିସ ଦମକଳ ବାହିନୀର ସହାୟତା ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର