ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି

ସିନ୍ଧେକେଲା: ବଙ୍ଗୋମୁଣ୍ଡା ବ୍ଲକ୍‌ ଚାନ୍ଦୋତରା ଜମିଦାର ପଡ଼ା ବାସିନ୍ଦା ସଞ୍ଜୟ ନାଏକ(୫୦)ଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ବର୍ତ୍ତମାନ ସେ ଅସହାୟ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି। ତାଙ୍କ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନୁହେଁ। ଏ ସମ୍ପର୍କରେ ତହସିଲଦାର ବୃନ୍ଦାବନ ପତିଙ୍କ ଠାରେ ଅଭିଯୋଗ କରିବାରୁ ଘର ଅଳ୍ପ ଭାବରେ ଭାଙ୍ଗିଥିଲେ ସହାୟତା କରାଯାଇଥାନ୍ତା। ହେଲେ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଥିବାରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ନିବେଦନ କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନା କିମ୍ବା ବିଜୁ ପକ୍କାଘର ଯୋଜନାରେ ସାମିଲ କରି ନୂତନ ବାସଗୃହ ଯୋଗାଇ ଦିଆଯାଇ ପାରିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର