ଟିମନ କୁମ୍ଭାର ଗିରଫ

ବଲାଙ୍ଗୀର: ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ ଓ ଜମି ହଡପ୍‌ ଅଭିଯୋଗରେ ପୂର୍ବରୁ ବଲାଙ୍ଗୀର ଟାଉନ ଓ ସଦର ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଥିବା ଅଭିଯୁକ୍ତ ଟିମନ କୁମ୍ଭାରକୁ ପୁଣି ଗିରଫ କରିଛି ଟାଉନ ଥାନା ପୁଲିସ। ସ୍ତ୍ରୀ ପୁନମ୍‌ କୁମ୍ଭାରଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଗତ ୨୧ ତାରିଖ ରାତିରେ ବଲାଙ୍ଗୀର ଶାନ୍ତିପଡ଼ାରୁ ଟିମନକୁ ଗିରଫ କରି ୨୨ ତାରିଖ କୋର୍ଟ ଚାଲାଣ କରିଛି।

ଟିମନ୍‌ ଓ ତା’ର ପ୍ରେମିକା ମିଶି ପୁନମ୍‌ଙ୍କୁ ବିଭିନ୍ନ ସମୟରେ ମାଡ଼ ମାରି ନିର୍ଯାତନା ଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ନେଇ ପୁନମ୍‌ ଗତ ଜୁଲାଇ ୧୬ ତାରିଖ ରାତିରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଟିମନ୍‌ ଫେରାର୍‌ ରହିଥିଲା।

ସମ୍ବନ୍ଧିତ ଖବର