ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ସଇନ୍ତଲା: ବଲାଙ୍ଗୀର ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ବରଗାଁଠାରେ ସକାଳ ପ୍ରାୟ ୬ଟାରେ ଏକ ଟ୍ରକ (ଓଆର-୧୫-ଜେ-୩୪୪୮) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଟ୍ରକ୍‌ଟି ଅଟା, ବିସ୍କୁଟ ତଥା ଅନ୍ୟାନ୍ୟ ଖାଉଟି ସାମଗ୍ରୀ ନେଇ କଲାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳକୁ ଯାଉଥିଲା। ସ୍ଥାନୀୟ ଲୋକ ଟ୍ରକରୁ ଡ୍ରାଇଭର ଏବଂ ହେଲପରକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର