ଦୁଇ ବାଇକ୍‌ ଚୋର ଗିରଫ

କଂଟାବାଞ୍ଜି: କଂଟାବାଞ୍ଜିି ଆଶ୍ରମ ପଡ଼ାଠାରୁ ଏକ ବାଇକ୍‌ ଚୋରି ଅଭିଯୋଗରେ କଂଟାବାଞ୍ଜି ପୁଲିସ କଂଟାବାଞ୍ଜିର ମୁକେଶ ବର୍ଗେ ଏବଂ ବଙ୍ଗୋମୁଣ୍ଡା ଥାନା ଚାଉଳିଆର ଚିତ୍ତରଂଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମହମ୍ମଦ ନଦିନଙ୍କ ବାଇକ ଓଡି ୦୩ ଜେ ୫୮୪୪ ଗତ ୬ ତାରିଖ ରାତିରେ ଚୋରି ହୋଇଥିଲା। ପୁଲିସ ତଦନ୍ତରୁ ଜଣା ପଡିଲା ଯେ ନଦିମଙ୍କ ଅଫିସରେ କାମ କରୁଥିବା ମୁକେଶ ହିଁ ଗାଡ଼ି ଚୋରି କରି ଚିତ୍ତରଂଜନଙ୍କୁ ଦେଇଥିଲା। ପୁଲିସ ଚିତ୍ତରଂଜନ ଘରେ ଚଢ଼ଉ କରି ଚୋରି ବାଇକକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର