ପେଟ୍ରୋଲ ବଦଳରେ ବାହାରୁଛି ପାଣି

ଗୁଡ଼ଭେଲା: ତୁଷରା ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଭାରତ ପେଟ୍ରୋଲିୟମର ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ବାହାରୁଥିବା ଅଭିଯୋଗ ହେଉଛି। ପେଟ୍ରୋଲ ଭରି ଗନ୍ତବ୍ୟ ପଥରେ ଯାଇଥିବା ବାଇକଗୁଡ଼ିକ ମଝି ରାସ୍ତାରେ ଷ୍ଟାର୍ଟ ବନ୍ଦ ହେବା ଦେଖା ଯାଇଥିଲା। ବିଭିନ୍ନ ସ୍ଥାନରେ ବାଇକ ଆରୋହୀମାନେ ବାଇକ ଠେଲି ଠେଲି ଝାଳନାଳ ହୋଇ ନିକଟସ୍ଥ ମେକାନିକ ନିକଟକୁ ଯାଇଥିଲେ। ତେବେ କୌଣସି ପ୍ରକାରେ ଗାଡ଼ି ଷ୍ଟାର୍ଟ କରି ନ ପାରି ତେଲ ପାଇପ ଖୋଲିଲା ବେଳକୁ ପାଣି ବାହାରିଥିଲା।

ଏ ବିଷୟରେ ଭରପାଇ ଦେବୀ ଫିଲିଙ୍ଗ ଷ୍ଟେସନର ମାଲିକ ନିଶିଦ ଜୈନଙ୍କୁ ପଚାରିବାରେ ମାଟିତଳେ ଥିବା ଟ୍ୟାଙ୍କ ଚାରିପଟେ କଂକ୍ରିଟ କାମ ଚାଲିଛି। ସେଠାରୁ ଟ୍ୟାଙ୍କକୁ କୌଣସି ପ୍ରକାରେ ପାଣି ପଶିଥିବା ସଂଦେହ କରାଯାଉଛି। ଖବର ପାଇବା ପରେ ଉକ୍ତ ଟ୍ୟାଙ୍କରୁ ସଂଯୋଗ ହୋଇଥିବା ପମ୍ପକୁ ବନ୍ଦ କରିଦିଆଯାଇଛି। ଅନ୍ୟ ଟ୍ୟାଙ୍କରୁ ସଂଯୋଗ ହୋଇଥିବା ପମ୍ପରୁ ପେଟ୍ରୋଲ ଦିଆଯାଉଛି। ଆମେ ଅଞ୍ଚଳର ସମସ୍ତ ମେକାନିକ ଦୋକାନ ଯାଞ୍ଚ କରି ଉକ୍ତ ଗ୍ରାହକଙ୍କୁ ସେଠାରେ ପେଟ୍ରୋଲ ପ୍ରଦାନ କରିଛୁ। ଏ ବିଷୟରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇଛୁ। ଟେକ୍‌ନିକାଲ ଦଳ କାଲି ଆସି ଯାଞ୍ଚ କରି ସମାଧାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର