ମହିଳାଙ୍କୁ ମାଡ଼ ଏବଂ ଉଲଗ୍ନ କରିବା ସହ ଚୁଟି କଟା ଘଟଣା:୫ ଗିରଫ, ମୁଖ୍ୟ ଅଭିଯୁକ୍ତ ସହ ୪ ଫେରାର

ଲୋଇସିଂହା: ଲୋଇସିଂହା ଥାନା ଅର୍ନ୍ତଗତ କରକଚିଆ ଗ୍ରାମରେ ଜଣେ ମହିଳାଙ୍କୁ ମାଡ଼ ଦେଇ ଚୁଟି କାଟିବା ସହ ଉଲଗ୍ନ କରିବା ଘଟଣାରେ ଲୋଇସିଂହା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତିମାନେ ହେଲେ ସୁଦାମ ବାରିକ, ତପସ୍ୱିନୀ ଗଡ଼ତ୍ୟା, ସସ୍ମିତା ପଧାନ, ହେମଲତା ବାରିକ ଓ ଜୟନ୍ତୀ ବାରକ। ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ୪ ଜଣ ଫେରାର ଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖରେ କରକଚିଆ ଗ୍ରାମର ଭଗବତୀ ଧରୁଆଙ୍କୁ ମାଡ଼ ଦେବା ସହ ମୁଣ୍ଡର ଚୁଟି କାଟି ଉଲଗ୍ନ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଲୋକ ଲଜ୍ୟା ଭୟରେ ମହିଳା ତାଙ୍କ ବାପଘରକୁ ଚାଲି ଯାଇଥିଲେ। ୬ ତାରିଖରେ ସେ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ। ଗତ ୧୨ ତାରିଖରେ ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ତେବେ ଆଜି ଘଟଣାରେ ସଂପୃକ୍ତ ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର