ମହିଳା ଟ୍ରାଫିକ କର୍ମଚାରୀଙ୍କୁ କମେଣ୍ଟ, ଯୁବକ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଭାଗିରଥି ଛକରେ କାର୍ଯ୍ୟରତ ଥିବା ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ତିନିଜଣ ଯୁବକ କମେଣ୍ଟ ଓ ଗାଳିଗୁଲଜ କରିଥିଲେ। ଜଣେ ଯୁବକଙ୍କୁ କାବୁ କରି ପିସିଆର୍‌ ପୁଲିସର ଜିମା ଦିଆଯାଇଥିବା ବେଳେ ଟାଉନ ପୁଲିସ ଅଟକ ରଖିଛି। ପଚରା ଉଚୁରା ଚଳାଇଛି ଥାନାରେ।
ଗୁରୁବାର ଅପରାହ୍ନରେ ତିନିଜଣ ଯୁବକ ଏକ ଗାଡିରେ ବସି ଭାଗୀରଥି ଛକରୁ ପିପି ଏକାଡେମି ଛକ ଆଡକୁ ଯାଉଥିଲେ। ଟ୍ରାଫିକ ନିୟନ୍ତ୍ରଣ କରୁଥିବା ମହିଳା କନେଷ୍ଟବଳ ତାଙ୍କୁ ଷ୍ଟପ (ଅଟକିବା) ପାଇଁ ନିର୍ଦେଶ କରିଥିଲେ। କିନ୍ତୁ ସେମାନେ ନିର୍ଦେଶ ନମାନି ଚାଲିଯିବା ସହ କମେଣ୍ଟ ମାରି ଗାଳିଗୁଲଜ କରି ପଳାଇଥିଲେ। କିଛି ସମୟ ପରେ ପୁଣି ସେହି ଯୁବକମାନେ ଫେରିବା ସହ ଭୁଲ ରାସ୍ତାରେ ଟ୍ରାଫିକ ପାରି ହେଉଥିଲେ। ପୋଷ୍ଟରେ ଥିବା ସେହି ମହିଳା କର୍ମଚାରୀ ବାରଣ କରିବାରୁ ତାଙ୍କୁ ପୁଣିଥରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଥିଲେ ଟ୍ରାଫିକ ନିୟନ୍ତ୍ରଣରେ ଥିବା କର୍ମଚାରୀମାନେ। ପିସିଆର୍‌ ପୁଲିସକୁ ଯୋଗାଯୋଗ କରି ଯୁବକକୁ ଜିମା ଦେଇଥିଲେ। ଦୁଇଟି ନିଶା ଔଷଧ ବୋତଲ ମିଳିଥିବା ବେଳେ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି।

ସମ୍ବନ୍ଧିତ ଖବର