ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଦୁଇ ଝିଅ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଝାମ୍ପରାହାଟ ଚାନ୍ଦିପୁର ଥାନା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ମମତା ମାନା ଓ ବୟସ ୨୭ବର୍ଷ ଏବଂ ଘର ଖଣ୍ଟପଡ଼ା ଥାନା ଇଞ୍ଚଡି କଳାମାଠିଆ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ମମତା ମାନା ତାଙ୍କ ସ୍ୱାମୀ ଚନ୍ଦନ ମାନାଙ୍କ ସହିତ ଦୁଇଝିଅଙ୍କୁ ନେଇ ଚାନ୍ଦିପୁର ବୁଲିବାକୁ ଯାଇଥିଲେ। ଏହି ସମୟରେ ସାମ୍ନପଟୁ ଏକ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌-ଅପ୍‌ ଭ୍ୟାନ୍‌ ମମତା ବସିଥିବା ବାଇକ୍‌କୁ ଧକ୍କା ଦେଇଥିଲା। ମମତା ଓ ତାଙ୍କ ଦୁଇଝିଅ ଗାଡ଼ିରୁ ଝିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ମମତାଙ୍କ ମୃତ୍ୟୁ ହୋଇଥିଲା ବେଳେ ଝିଅ ଝିଲି ଓ ବୁଲି ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର