ବାଲେଶ୍ୱର: କମେଣ୍ଟମରାକୁ ପ୍ରତିବାଦ କରିବାରୁ ଗୋଡେଇ ଗୋଡେଇ ହାଣିଲା ଯୁବକ, ୧୦ ଆହତ, ୪ ଗୁରୁତର

ବାଲେଶ୍ୱର: କମେଣ୍ଟମରାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ସୋର ଥାନା ଅନ୍ତର୍ଗତ କାଳନ୍ଦିପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପ୍ରତିବାଦ କରିବାରୁ ଯୁବତୀଙ୍କ ପରିବାର ଓ ଅନ୍ୟ ଲୋକଙ୍କୁ ଜଣେ ଯୁବକ ଗୋଡେଇ ଗୋଡେଇ ହାଣିଛି। ଏହି ଘଟଣରେ ଆହତ ୧୦ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଭାବରେ ବାଲେଶ୍ୱର ସଦର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତମାନେ ହେଲେ କମଳାକାନ୍ତ ନାୟକ, ଧ୍ରୁବଚରଣ ବେହେରା, ପ୍ରମିଳା ସାହୁ ଓ ବାସନ୍ତୀ ବେହେରା।

ରିପୋର୍ଟ ଅନୁସାରେ ଗୁରୁବାର ଯୁବତୀଙ୍କୁ ଜଣେ ଯୁବକ କମେଣ୍ଟ ମାରିଥିଲା। ଯୁବତୀର ଅଭିଭାବକ ପ୍ରତିବାଦ କରିବାରୁ ଯୁବକ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରି ଗାଁରେ ୧୦ ଲୋକଙ୍କୁ ହାଣିଛି। ଲୋକଙ୍କୁ ହାଣିବା ପରେ ଯୁବକ ଫେରାର ହୋଇ ଯାଇଛି। ସୋର ଥାନା ଅଧିନ କାଳନ୍ଦିପାଟଣା ଗ୍ରାମର ଜୈନିକ ଯୁବତୀକୁ ସେହିଗ୍ରାମର ବୁଲୁ ସେଠୀ କମେଣ୍ଟ ମାରିବାରୁ ଯୁବତୀର ବାପା ପ୍ରତିବାଦ କରିଥିଲେ। ଏହା ପରେ ବୁଲୁ ଉତକ୍ଷିପ୍ତ ହୋଇ ଗାଁ ଲୋକଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲା। ଆହତମାନଙ୍କୁ ପ୍ରଥମେ ବାଥୁଡି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗାଁ ଲୋକେ ବୁଲୁ ଠାରୁ ଏକ ଖଣ୍ଡା ଜବତ କରିଛନ୍ତି। ସୋର ପୁଲିସ ଛାନଭିନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର