ନିର୍ଦ୍ଦେଶିକା ମାଡ଼ରେ ୫ମ ଶ୍ରେଣୀ ଛାତ୍ର ଗୁରୁତର, ଥାନାରେ ଅଭିଯୋଗ

ନୀଳଗିରି: ନିର୍ଦ୍ଦେଶିକା ମାଡ଼ରେ ୫ମ ଶ୍ରେଣୀ ଛାତ୍ର ଗୁରୁତର ଘଟଣାରେ ନୀଳଗିରି ଥାନାରେ ଗୁରୁବାର ଜଣେ ଅଭିଭାବକ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଘାଟଘର ସାହି ଓ୍ଵାର୍ଡ ନମ୍ବର ୨ ଅବସ୍ଥିତ ରାଜା କିଶୋର ଚନ୍ଦ୍ର ରେସିଡେଣ୍ଟାଲ ସ୍କୁଲର ନିର୍ଦ୍ଦେଶିକା ରୂପାଲି ଉପମିତା ପ୍ରଧାନ ଓରଫ ସିଂ ବୁଧବାର ନିଜ ସ୍କୁଲରେ ପଢୁଥିବା ୫ମ ଶ୍ରେଣୀ ଛାତ୍ରକୁ ନିସ୍ତୁକ ମାଡ଼ ମାରିଥିଲେ।

ଅଭିଯୋଗ ମୁତାବକ ୫ମ ଶ୍ରେଣୀର ଛାତ୍ରଙ୍କ ଭୁଲ ଥିଲା ଯେ, ଗତ ଡିସେମ୍ବର ୧୧ରେ ସେ ଯେତେବେଳେ ପରିଶ୍ରାଗାରକୁ ଯାଇଥିଲେ, ସେହି ସମୟରେ ସ୍କୁଲର ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ସହିତ ଅନୈତିକ କାମ କରୁଥିଲେ। ଏହି ଦୃଶ୍ୟ ଦେଖିବା ପରେ ଛାତ୍ର ଜଣକ ଅନ୍ୟ ସାଙ୍ଗମାନଙ୍କୁ କହି ଦେଇଥିଲେ, ଯେଉଁ ଛାତ୍ରମାନେ କି ସ୍କୁଲ ଶିକ୍ଷକମାନଙ୍କୁ ପ୍ରଘଟ କରିଥିଲେ। ବିଦ୍ୟାଳୟରେ ଆଲୋଚନା ପରେ ଉତ୍ତ୍ୟକ୍ତ ନିର୍ଦ୍ଦେଶିକା ବୁଧବାର ପିଲାଟିକୁ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର