ବାଲେଶ୍ୱର: ଟ୍ରକ୍‌ ଧକ୍କାରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ, ଉତ୍ତ୍ୟକ୍ତ ଲୋକେ ଟ୍ରକରେ ଲଗାଇଲେ ନିଆଁ, ରାସ୍ତାରୋକ

ବାଲେଶ୍ୱର: ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଧକ୍କାରେ ଗୁରୁବାର ଜଣେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଠାରେ ଏହି ଦୁର୍ଘଟଣା ଘଟିଛି। ଏହା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ଟ୍ରକ୍‌ ଅଟକାଇ ନିଆଁ ଲଗାଇ ଦେଇଛନ୍ତି। କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

ରିପୋର୍ଟ ଅନୁସାରେ ସାର୍ଥା ପଂଚାୟତର ବୁଧିଆମାରି ଗ୍ରାମର ରାଜକିଶୋର ପାତ୍ର ନିଜ ମାମୁଁ ଘର ସୋଲପଟା ଗ୍ରାମରେ ରହୁଥିଲା। ଗୌରାଙ୍ଗ ପ୍ରଧାନଙ୍କ ନାତି ରହି ରାଜ୍‌ ପ୍ରତିଦିନ ସାଇକେଲ୍‌ରେ ସ୍କୁଲକୁ ଯାଉଥିଲା। ଆଜି ସ୍କୁଲ ଛୁଟି ପରେ ଘରକୁ ଫେରି ପୁଣି ଟ୍ୟୁସନ୍‌ ଯାଇଥିଲା। ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ହଳଦୀପଦା ଠାରୁ କସାଫଳ ମୁହାଣକୁ ଯାଉଥିବା ଦ୍ରୁତଗାମୀ ଟ୍ରକ୍‌ (ଓଆର୍‌ ୦୯କେ ୫୪୪୨) ଧକ୍କା ଦେଇଥିଲା। ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକ୍‌କୁ ସିଲଦା ଛକ ଠାରେ ଅଟକାଇଥିଲେ। ସେଠାରେ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସୂଚନାଯୋଗ୍ୟ ରାଜ୍‌ ତା’ର ପିତା-ମାତାଙ୍କ ଏକମାତ୍ର ପୁଅ ଥିଲା।

ସମ୍ବନ୍ଧିତ ଖବର