Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

0 329

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣାରେ ଗୁରୁବାର ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ସମୟରେ ବୁଧବାର ରାତିରେ କହ୍ନେଇ ଲାଲ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ, ଗୁରୁବାର ରାମପଦ ମଇତି, ନିମେଇ ଲାଲ ପ୍ରଧାନ ଓ ନନ୍ଦିନୀ ବେହେରା(୬ବର୍ଷ)ଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ମୃତକଙ୍କ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ମୃତାହତ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ। ସେହିଭଳି ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ନବୀନ କହିଛନ୍ତି। ସରକାରଙ୍କ ତରଫରୁ ଆହତଙ୍କ ଚିକିତ୍ସା ହେବାକୁ ଥିବା ବେଳେ ଘଟଣା ପାଇଁ ଦାୟୀ ଥିବା ସଂମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ଘଟଣା ଦିନ ବୁଧବାର ଆଇଆଇସି ସନ୍ତୋଷ ବେହେରା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ବାହାବଳପୁର ସମୁଦ୍ରିକ ଥାନାର ଆଇଆଇସି ବେହେରାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ବାଣ କାରଖାନାରେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ବାଣ ଗୋଦାମର ମାଲିକ ଗୋଲକ ବିହାରୀ ପ୍ରଧାନ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ବିଧାୟକ ଜୀବନ ପ୍ରଦୀପ ଦାସ, ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ଏସ୍‌ପି ନୀତି ଶେଖର ଓ ପୁଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଥିଲେ।

ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ। ଅସାବଧାନତା ଯୋଗୁଁ ଅପରାହ୍ନ ୪ଟା ବେଳକୁ ବିସ୍ଫୋରଣ ହୋଇଥିଲା। ଫଳରେ ଶ୍ରମିକମାନେ ବାହାରକୁ ବାହାରି ପାରି ନଥିଲେ। କୁହାଯାଉଛି ଯେ, ଜଣେ ୫ବର୍ଷର ଶିଶୁ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଓ ଦମକଳ ବିଭାଗ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 + seventeen =